ନୁଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଫଟୋ ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳିଛି । କେତେବେଳେ ଟ୍ରକ ଡ୍ରାଇଭର ସହ ଟ୍ରକ ଭିତରେ ତ କେତେବେଳେ ଚା’ଦୋକାନରେ । ସେହିପରି ପୁଣି ଥରେ ରହୁଲ ଗାନ୍ଧୀଙ୍କ ଆଉ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମେକାନିକଙ୍କ ପାଖରେ ବସିଛନ୍ତି ରାହୁଲ ଗାନ୍ଧୀ । ତେବେ ଏହି ଫଟୋଟି ଦିଲ୍ଲୀର ଏକ ଗ୍ୟାରେଜର ବୋଲି କୁହାଯାଉଛି ।
ସୂଚନା ଅନୁଯାୟୀ, ଦିଲ୍ଲୀର କରୋଲବାଗରେ ଏକ ଗାଡି ଗ୍ୟାରେଜରେ ଅଚାନକ ପହଞ୍ଚିଥିଲେ ରାହୁଲ ଗାନ୍ଧୀ । ସେଠାରେ ଗାଡି କାମ କରୁଥିବା ଲୋକଙ୍କ ସହ କଥା ହୋଇ ହାତରେ ପେଚକସ ଏବଂ ରେଞ୍ଚି ଧରି ଗାଡି ସଜାଡିବା ମଧ୍ୟ ଶିକ୍ଷିଥିଲେ ରାହୁଲ ଗାନ୍ଧୀ ।
ସେପଟେ , ରାହୁଲଗାନ୍ଧୀ ଏବଂ ଗ୍ୟାରେଜ୍ ମେକାନିକଙ୍କ କିଛି ଫଟୋକୁ ଟ୍ୱିଟର ପେଜରେ ସେୟାର କରିଛି କଂଗ୍ରେସ । କଂଗ୍ରେସର ଅଫିସିଆଲ ଟ୍ୱିଟର ଆଇଡିରେ ଫଟୋ ସେୟାର କରି କଂଗ୍ରେସ ଲେଖିଛି, ‘ଏହି ହାତ ଭାରତ ତିଆରି କରେ । ଏହି ପୋଷାକରେ ଲାଗିଥିବା କଳା ହେଉଛି ଆମ ଗର୍ବ ଏବଂ ଗୌରବ’ ।