ନୂଆଦିଲ୍ଲୀ:ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଦୁଇ ଦିନ ଧରି ମାରାଥନ୍ ଜେରା କରାଯାଇଛି । ସୋମବାର ୧୦ ଘଣ୍ଟା ଧରି ଜେରା କରାଯାଇଥିଲା । ମଙ୍ଗଳବାର ତାଙ୍କୁ ୪ ଘଣ୍ଟା ଧରି ଜେରା କରାଯାଇଛି । ଇଡି ପକ୍ଷରୁ ମାରାଥନ ଜେରା ଫଳରେ କଂଗ୍ରେସ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । ତେବେ ଦିଲ୍ଲୀର ବସନ୍ତ କୁଞ୍ଜ ପୁଲିସ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲୀକାର୍ଜୁନ ଖାଡଗେ, ଜୟରାମ ରମେଶ, ରଣଦୀପ ସିଂ ସୁରେଜୱାଲା, ରଘୁ ଶର୍ମାଙ୍କ ସମେତ ଅନେତ ତୁଙ୍ଗ ନେତାଙ୍କୁ ଅଟକ ରଖାଯାଇଛି । ତେବେ ଏହି ପ୍ରସଙ୍ଗରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଶ୍ରୀ ଗାନ୍ଧୀଙ୍କୁ ଟାର୍ଗେଟ କରି ସୋସିଆଲ୍ ମିଡିଆରେ ଟ୍ରୋଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ କେବେ ଦେଶର ପ୍ରଧାନମନ୍ତ୍ରୀ ବୋଲି ନକହି ପ୍ରଧାନସେବକ ବୋଲି ବିବେଚନା କରନ୍ତି । ଯାହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଦେଶରେ କୌଣସି ରାଜା, ରାଜକୁମାର ଏବଂ ପ୍ରଥମ ପରିବାର ନାହାଁନ୍ତି । ଏହି ଦେଶରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି କେବଳ ନାଗରିକ । ତେଣୁ ସମସ୍ତଙ୍କୁ ନାଗରିକର କର୍ତ୍ତବ୍ୟ କରିବାକୁ ପଡିବ ବୋଲି ଶ୍ରୀ ପାତ୍ର ନିଜ ବିବୃତିରେ କହିଛନ୍ତି । କଂଗ୍ରେସ ଆତଙ୍କିତ ଅବସ୍ଥାରେ ରହିଛି । କଂଗ୍ରେସ ମୁଖପାତ୍ରମାନଙ୍କୁ ଯେତେବେଳେ ଏଜେଏଲ୍ ବିଷୟରେ ପ୍ରଶ୍ନ କରାଯାଏ ସେତେବେଳେ ସେମାନେ କରୋନା ନାମ ନେବା ଆରମ୍ଭ କରନ୍ତି । ଏଜେଏଲ୍ କଂଗ୍ରେସ ପରିବାରର ଅନୁଗ୍ରହ ନୁହେଁ । ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀ ହିତାଧିକାରୀଙ୍କ ଟଙ୍କା ଛଡାଇ ନେଇଛନ୍ତି ବୋଲି ଶ୍ରୀ ପାତ୍ର କଂଗ୍ରେସ ମୁଖପାତ୍ର ତଥା ନେତାମାନଙ୍କୁ ଟାର୍ଗେଟ କରି କହିଛନ୍ତି ।