ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରିବା ପରେ ସୋମବାର କଂଗ୍ରେସ ମାଇକ୍ରୋବ୍ଲଗିଂ ସାଇଟକୁ ଟାର୍ଗେଟ କରିଛି । ଦଳ ଟୁଇଟରକୁ ଦ୍ୱିଗୁଣ ଆଭିମୁଖ୍ୟ ଗ୍ରହଣ କରିଥିବା ଅଭିଯୋଗ କରିଛି ଏବଂ ଏହା ମୋଦି ସରକାରଙ୍କ ଆଦେଶ ଅନୁଯାୟୀ, ଅଭିବ୍ୟକ୍ତିର ସ୍ୱାଧିନତାକୁ ଉଲ୍ଲଂଘନ କରୁଛି ବୋଲି କହିଛି । ରାହୁଲ ଗାନ୍ଧୀଙ୍କ ଟ୍ଵିଟର ଆକାଉଣ୍ଟକୁ ଟ୍ଵିଟର ଅସ୍ଥାୟୀ ଭାବେ ବନ୍ଦ କରିଛି। ପାର୍ଟି ଏହା ମଧ୍ୟ ଦାବି କରିଛି ଯେ, ଆଇଏନସି-ଟିଭିର ଟ୍ଵିଟର ହ୍ୟାଣ୍ଡେଲ ଉପରେ ସୋମବାର ସକାଳୁ କଟକଣା ଲଗାଇଛି। ଟ୍ଵିଟରର ଏହି ପଦକ୍ଷେପକୁ ନାପସନ୍ଦ କରିଛି କଂଗ୍ରେସ।
ସମାଜସେବୀ ମକରନ୍ଦ ସୁରେଶ ମହାଦଲେକର ଆବେଦନରେ ଦର୍ଶାଇଛନ୍ତି ଯେ ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ପରିବାରର ଫଟୋ ଶେଆର କରିଛନ୍ତି। ଯାହାକି ନିୟମ ବିରୋଧରେ ରହିଛି। ନିୟମ ଅନୁଯାୟୀ ଜଣେ ପୀଡ଼ିତାଙ୍କ ପରିବାରର ପରିଚୟ ଉଜାଗର କରି ପାରିବେ ନାହିଁ। ଏହି ମାମଲାରେ ଅଗଷ୍ଟ ୧୧ରେ ଶୁଣାଣି ହେବ ବୋଲି ସୂଚନା ରହିଛି।