ରାହୁଲ ଗାନ୍ଧୀଙ୍କ ଟ୍ୱିଟର ମାମଲା, ସ୍ପଶ୍ଟିକରଣ ଦେଲା ଟୁଇଟର

0

ନୂଆଦିଲ୍ଲୀ : ଦିଲ୍ଲୀ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କ ପରିଚୟ ପ୍ରଘଟ କରି ରାହୁଲ ଗାନ୍ଧି ଟ୍ବିଟର ନିୟମାବଳୀର ଉଲ୍ଲଙ୍ଘନ କରିଛନ୍ତି ବୋଲି ଏହି ସୋସିଆଲ ମିଡିଆ କମ୍ପାନି ପକ୍ଷରୁ କୁହାଯାଇଛି । ଦିଲ୍ଲୀ ହାଇକୋର୍ଟରେ ନିଜର ଜବାବ ରଖି ଟ୍ବିଟର ଇଣ୍ଡିଆ ପକ୍ଷରୁ ଏହା କୁହାଯାଇଛି । ଦିଲ୍ଲୀର ୯ ବର୍ଷର ଦଳିତ ନାବାଳିକାକୁ ବଳାତ୍କାର କରି ହତ୍ୟା ଘଟଣା ପରେ ରାହୁଲ ଗାନ୍ଧୀ ପୀଡିତାଙ୍କ ପରିବାରକୁ ଭେଟିଥିଲେ । ଭେଟିବା ସମୟର ଫଟୋକୁ ସେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଥିଲେ ଯେଉଁଥିରେ ପୀଡିତାଙ୍କ ପିତାମାତା ମଧ୍ୟ ନଜର ଆସିଥିଲେ ।
ତେବେ ଦୁଷ୍କର୍ମ ପୀଡିତା କି ତାଙ୍କ ପରିବାର ଲୋକଙ୍କ ଫଟୋକୁ ଏଭଳି ସୋସିଆଲ ମିଡିଆରେ ଛାଡ଼ିବା ଏକ ଦଣ୍ଡନୀୟ ଅପରାଧ ବୋଲି କହିଥିଲେ ସୁପ୍ରିମକୋର୍ଟ । ଏହା ପରେ ଟ୍ୱିଟର ରାହୁଲ ଗାନ୍ଧି ଟ୍ୱିଟକୁ ହଟାଇଦେଇଥିଲା ।
ଏହି ମାମଲାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ ନିମନ୍ତେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେବାକୁ ମକରନ୍ଦ ସୁରେଶ ମାଧଲେକର ନାମକ ଜଣେ ସାମାଜିକ କର୍ମୀ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ କରିଥିଲେ । ଏହି ମାମଲାର ବିଚାର ବେଳେ ନିଜର ପକ୍ଷ ରଖି ଟ୍ବିଟର ଏକଥା କହିଛି ।