ଋାହୁଲଙ୍କୁ ଆଶ୍ୱସ୍ତୀ, ମିଳିଲା ଆଗୁଆ ଜାମିନ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆରଏସଏସ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମୁମ୍ବାଇର ଏକ ଅଦାଲତ ଆଶ୍ୱସ୍ତୀ ପ୍ରଦାନ କରିଛନ୍ତି । ଏହି ମାମଲାରେ ଅଦାଲତ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ଡ ସହ ବିଜେପି-ଆରଏଏସଏସର ସମ୍ପର୍କ ରହିଛି ବୋଲି ମନ୍ତବ୍ୟ ଦେବା ପରେ ରାହୁଲ ଗାନ୍ଧୀଙ୍କ ନାମରେ ଆଏସଏସର ଜଣେ କର୍ମୀ ମାନହାନି ମୋକଦ୍ଦମା ଦାୟର କରିଥିଲେ। । ଆଜି ଏହାର ଶୁଣାଣୀ ହୋଇଛି।
ଅଦାଲତରେ ହାଜର ହୋଇ ରାହୁଲ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ । ଏହା ପରେ ୧୫,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ରାହୁଲଙ୍କୁ ଜାମିନ ମିଳିଛି । ଏହି ମାମଲାର ପରବତ୍ତର୍ତ୍ତୀ ଶୁଣାଣୀ ସେପ୍ଟେମ୍ବର ୨୧ରେ ହେବ। ଜାମିନ ମିଳିବା ପରେ ଅଦାଲତ ସାମ୍ନାରେ ଗଣମାଧ୍ୟମକୁ ରାହୁଲ କହିଛନ୍ତି, ଆକ୍ରମଣ ହେଉଛି ମଜା ଲାଗୁଛି। ଗତ ୫ ବର୍ଷରେ ଯେତିକି ଲଢ଼େଇ କରିଛି ଏବେ ତା’ର ୧୦ ଗୁଣ ଅଧିକ କରିବି।