ମୋଦି ସରନେମ୍ ଘଟଣା, ଦୋଷୀ ସାବ୍ୟସ୍ତ ପରେ ମୁହଁ ଖୋଲିଲେ ରାହୁଲ

0

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଗୁଜୁରାଟର ସୁରଟ କୋର୍ଟ ଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦଣ୍ଡ ପାଇବା ପରେ ରାହୁଲ ଗାନ୍ଧୀ ପ୍ରତିକ୍ରିୟାରେ କହିଛନ୍ତି, ସତ୍ୟ ମୋର ଭଗବାନ। ଏହା ବ୍ୟତୀତ ସେ ଏକ ଟୁଇଟ୍ ମଧ୍ୟ କରିଛନ୍ତି ଯେଉଁଥିରେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ଉଦ୍ଧୃତି ସେୟାର କରିଛନ୍ତି। କଂଗ୍ରେସ ନେତା ଟ୍ୱିଟ୍ କରି କହିଛନ୍ତି ଯେ ମୋର ଧର୍ମ ସତ୍ୟ ଏବଂ ଅହିଂସା ଉପରେ ଆଧାରିତ, ସତ୍ୟ ମୋର ଭଗବାନ, ଅହିଂସା ଏହାକୁ ହାସଲ କରିବାର ମାଧ୍ୟମ। ସୁରଟ କୋର୍ଟ ତାଙ୍କୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୫,୦୦୦ ଟଙ୍କା ଜୋରିମାନା ସହିତ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଯଦିଓ କୋର୍ଟରୁ ତାଙ୍କୁ ଜାମିନ ମିଳିଯାଇଛି, କିନ୍ତୁ ସଂସଦର ସଦସ୍ୟତା ନେଇ ବିପଦ ରହିଛି।
ଜନ ପ୍ରତିନିଧୀ ଅଧିନିୟମ ଅନୁଯାୟୀ, ଯଦି ତାଙ୍କୁ ଦୁଇ ବର୍ଷ ଦଣ୍ଡ ଦିଆଯାଏ ତେବେ କୌଣସି ଜନ ପ୍ରତିନିଧୀଙ୍କ ସଦସ୍ୟତା ବାତିଲ କରିବାର ବ୍ୟବସ୍ଥା ରହିଛି। ତାଙ୍କର ସଦସ୍ୟତା ବାତିଲ ହେବା ମାତ୍ରେ ସାରା ଦେଶରେ ନେତାଙ୍କ ପ୍ରତିକ୍ରିୟାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ ସାଧାରଣ ସମ୍ପାଦକ ତଥା ରାହୁଲଙ୍କ ଭଉଣୀ ପ୍ରିୟଙ୍କା କହିଛନ୍ତି ଯେ ଭୟଭୀତ ଦଳ ସମସ୍ତ ବଳ ପ୍ରୟୋଗ କରି ରାହୁଲଙ୍କ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରୁଛି। ପ୍ରିୟଙ୍କା କହିଛନ୍ତି, ରାହୁଲ ସତ୍ୟ ପାଇଁ ବଞ୍ଚିଛନ୍ତି । ସତ୍ୟ କହିବା ଜାରି ରଖିବେ ଏବଂ ଦେଶର ଲୋକଙ୍କ ସ୍ୱର ଉତ୍ତୋଳନ କରିବେ। ସତ୍ୟର ଶକ୍ତି ଏବଂ କୋଟି କୋଟି ଦେଶବାସୀଙ୍କ ପ୍ରେମ ତାଙ୍କ ସହିତ ଅଛି । ୨୦୧୯ ରେ ଏକ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀ କହିଥିଲେ ଯେ ସମସ୍ତ ଚୋରଙ୍କ ନାମ ମୋଦୀ କିପରି ହେବ? ଏହି ପ୍ରସଙ୍ଗରେ ଗୁଜରାଟ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଅଭିଯୋଗକାରୀଙ୍କ ଓକିଲ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଭାଷଣର ସିଡି ଦ୍ୱାରା ପ୍ରମାଣିତ ହୋଇଛି ଯେ ସେ ପ୍ରକୃତରେ ଏପରି ମନ୍ତବ୍ୟ ଦେଇଛନ୍ତି ଏବଂ ତାଙ୍କ ଶବ୍ଦ ମୋଦୀ ସମ୍ପ୍ରଦାୟକୁ ବଦନାମ କରିଛି। ଏଥି ସହ ରାହୁଲ ଗାନ୍ଧୀ କୋର୍ଟରେ କହିଛନ୍ତି ଯେ ମୁଁ କୌଣସ ସମ୍ପ୍ରଦାୟକୁ ବଦନାମ କରିବାକୁ କିଛି ବିବୃତ୍ତି ଦେଇ ନାହିଁ। ମୋର କାହାର କିଛି କ୍ଷତି କରିବାର ଉଦ୍ଦେଶ୍ୟ ନଥିଲା। ମୋର ଉଦ୍ଦେଶ୍ୟ କେବଳ ଦୁର୍ନୀତିର ଖୁଲାସା କରିବା ଥିଲା।