ଛତିଶଗଡ: ଶେଷରେ ଜୀବନ ଯୁଦ୍ଧରେ ଜିତିଗଲା ସାହସୀ ପୁଅ ରାହୁଲ୍। ପାଞ୍ଚଦିନର ଅକ୍ଲାନ୍ତ ପରିଶ୍ରମ ପରେ ଛତିଶଗଡ ସରକାରଙ୍କୁ ମିଳିଛି ବଡ଼ ସଫଳତା । ଛତିଶଗଡର ଜାଞ୍ଜଗିରି-ଚାମ୍ପାରେ ୮୦ ଫୁଟ୍ ଗାତରେ ଫସିଥିବା ରାହୁଲ ଉଦ୍ଧାର ହୋଇଛି । ରାହୁଲକୁ ବୋରୱେଲରୁ ଟନେଲକୁ ଅଣାଯିବା ପରେ ବାହାରକୁ ଅଣାଯାଇଥିଲା । ତେବେ ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ବାହାରେ ଥିବା ମେଡିକାଲ ଟିମ୍ ତୁରନ୍ତ ତାଙ୍କୁ ପ୍ରାଥମିକ ସହାୟତା ଯୋଗାଇ ଦେଇଥିଲା ।
माना कि चुनौती बड़ी थी
हमारी टीम भी कहाँ शांत खड़ी थीरास्ते अगर चट्टानी थे
तो इरादे हमारे फौलादी थेसभी की दुआओं और रेस्क्यू टीम के अथक, समर्पित प्रयासों से राहुल साहू को सकुशल बाहर निकाल लिया गया है।
वह जल्द से जल्द पूर्ण रूप से स्वस्थ हो, ऐसी हमारी कामना है। pic.twitter.com/auL9ZMoBP7
— Bhupesh Baghel (@bhupeshbaghel) June 14, 2022
ତେବେ ଏତେ ବି ସହଜ ନଥିଲା ରାହୁଲର ଉଦ୍ଧାର ପ୍ରକ୍ରିୟା ।ପ୍ରାୟ ୬୫ ଫୁଟର ଟନେଲ ଖୋଳାଯିବା ପରେ ଗ୍ରାନାଇଡ୍ ପଥର ଚଟାଣକୁ କଟାଯାଇ ରାହୁଲକୁ ଉଦ୍ଧାର କରାଯାଇଥିଲା ।ଶୁକ୍ରବାର ରାହୁଲ ତାଙ୍କ ଘରେ ଥିବା ୮୦ ଫୁଟ୍ର ଗଭୀର ବୋର୍ୱେଲ୍ ଗାତକୁ ଖସି ପଡ଼ିଥିଲେ । ରାହୁଲଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା, ଏନଡିଆରଏଫର ଟିମ, ସ୍ଥାନୀୟ ପୋଲିସ ଲାଗିପଡିଥିଲେ । ସେ ଗାତରେ ଫସି ରହିଥିବା ବେଳେ ପାଇପ୍ ଜରିଆରେ ତାଙ୍କୁ ଅକ୍ସିଜେନ୍ ସହିତ ଓଆରଏସ, କଦଳୀ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଦିଆଯାଉଥିଲା। ତେବେ ଉଦ୍ଧାର କାର୍ଯ୍ୟ ସମୟରେ ଡାକ୍ତରୀ ଦଳ ୨୪ ଘଣ୍ଟା ରାହୁଲଙ୍କ ଉପରେ ନଜର ରଖିଥିଲେ।
ଅନ୍ୟପକ୍ଷେ ଘଟଣା ବିଷୟରେ ଜାଣିବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରୁପେଶ ବାଘେଲଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଜିତେନ୍ଦ୍ର କୁମାର ଶୁକ୍ଲା, ଏସପି ବିଜୟ ଅଗ୍ରୱାଲ, ଏସଡିଏମ ରେନା ଜାମିଲ, ଅତିରିକ୍ତ ଏସପି ଅନିଲ ସୋନିଙ୍କ ସମେତ ଜିଲ୍ଲା ତଥା ପୋଲିସ ପ୍ରଶାସନ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ଉଦ୍ଧାର କାର୍ଯ୍ୟର ପ୍ରତ୍ୟେକ କ୍ଷଣର ମନିଟରିଂ କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ।