ୟୁରୋପରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବେ ରାହୁଲ

0

ଭାରତ: ୟୁରୋପ ଗସ୍ତରେ ରାହୁଲ ଗାନ୍ଧୀ । ୟୁରୋପରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବେ ରାହୁଲ। ଆଗାମୀ ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏଁ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୭ଦିନିଆ ବିଦେଶ ଗସ୍ତରେ ଅଛନ୍ତି । ଗତକାଲିଠୁ ଏକ ସପ୍ତାହ ଯାଏଁ ୟୁରୋପ ଗସ୍ତରେ ବାହାରିସାରିଛନ୍ତି ରାହୁଲ ।
ରାହୁଲ ଗାନ୍ଧୀ ଆସନ୍ତା ୭ତାରିଖରେ ୟୁରୋପର ବ୍ରୁସେଲ୍ସରେ ୟୁରୋପ ସଂଘର ଆଇନଜୀବୀଙ୍କୁ ଭେଟି ବୈଠକ କରିବେ । ୮ତାରିଖ ଦିନ ପ୍ୟାରିସର ଏକ ୟୁନିଭରସିଟିରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ । ଏବଂ ୯ତାରିଖ ଦିନ ପ୍ୟାରିସରେ ଏକ ଶ୍ରମିକ ସଂଗଠନର ଏକ ବୈଠକରେ ସାମିଲ ହେବାର କାର୍ୟ୍ୟକ୍ରମ ରହିଛି । ପରେ ରାହୁଲ ଗାନ୍ଧୀ ନରୱେ ଯିବେ । ୧୦ ତାରିଖରେ ସେଠାରେ ହେବାକୁ ଥିବା ଏକ ପ୍ରବାସୀ କାର୍ୟ୍ୟକ୍ରମରେ ଯୋଗ ଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ । ବିଦେଶ ଗସ୍ତ ପରେ ରାହୁଲ ଗାନ୍ଧୀ ଆସନ୍ତା ୧୧ତାରିଖରେ ଭାରତ ପେରିବେ ।
ଭାରତ ଜି -୨୦ ଶିଖର ସମ୍ମିଳନୀ ଆୟୋଜନ କରୁଥିବାବେଳେ ଏଥିରେ ୩୦ରୁ ଅଧିକ ରାଜ୍ୟ ମୁଖ୍ୟ, ୟୁରୋପୀୟ ୟୁନିଅନର ବରିଷ୍ଠ ଅଧିକାରୀ ତଥା ଆମନ୍ତ୍ରିତ ଅତିଥି ଦେଶ ତଥା ୧୪ଟି ଆନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗଦେବେ। ତେବେ ଏହି ସମୟରେ ରାହୁଲ ଗାନ୍ଧୀ ଦେଶ ବାହାରେ ରହିବେ ।