ସାପ ସହିତ ରାହୁଲର ୧୦୪ ଘଣ୍ଟା

ରଖେ ହରି ତ ମାରେ କିଏ

0

ଛତିଶଗଡ: ବହୁ ଚର୍ଚ୍ଚିତ ବୋରୱେଲରେ ଖସି ପଡିଥିବା ବାଳକ ରାହୁଲ ସାହୁ ଦୀର୍ଘ ୧୦୪ ଘଣ୍ଟା କାଳ ପଥର ଖୋଲରେ ରହି ଜୀବିତ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ସମୟରେ ରାହୁଲ ସାପ ଓ ବେଙ୍ଗ ସମେତ ପାଣି ଭିତରେ ସମୟ କାଟିଥିଲେ । ତାକୁ ଉଦ୍ଧାର କରିବା ପାଇଁ ସେନା ସହିତ ଏନଡିଆରଏଫ, ଏସଡିଆର୍ଏଫ ଟିମଙ୍କ ସହଯୋଗ ବେଶ ଉଲ୍ଲେଖନୀୟ । ଅକ୍ଳାନ୍ତ ପରିଶ୍ରମ କରି ସେମାନେ ତାକୁ ଉଦ୍ଧାର କରିବା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମାତ୍ର ଡେଲୋମାଇଟ୍ ପଥର ପଡିବା ଯୋଗୁ ଏହାକୁ କାଟିବା ପାଇଁ ବହୁତ ସମୟ ଲାଗିଥିଲା । କଥାରେ ଅଛି ରଖେ ହରି ତ ମାରେ କିଏ ? ଅର୍ଥାତ୍ ଯାହାକୁ ଇଶ୍ୱର ଆୟୁଷ ଦେଇଛନ୍ତି ତାକୁ କେହି ମାରିପାରିବେ ନାହିଁ । ଉଦାହରଣ ସ୍ୱରୂପ ବିଷଧର ସାପ ସହିତ ୧୦୪ ଘଣ୍ଟା ଅତିବାହିତ କଲା ପରେ ବି ରାହୁଲକୁ ଜୀବନ୍ତ ଉଦ୍ଧାର କରାଯାଇପାରିଥିଲା । ଏହି ଉଦ୍ଧାର କାର୍ଯ୍ୟରେ ଓଡି଼ଶାର ଏନ୍ଡିଆରଏଫ ସଦସ୍ୟଙ୍କ ସହଯୋଗ ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ । ଆମେ ଯେତେବେଳେ ରାହୁଲକୁ ଦେଖିଲୁ ସେତେବେଳେ କାନ୍ଦି ପକାଇଥିଲୁ ବୋଲି ଓଡି଼ଶା ଏନଡିଆରଏଫ୍ ମୁଖ୍ୟ ମହାବୀର ମହାନ୍ତି କୋହଭରା କଣ୍ଠରେ ପ୍ରକାଶ କରିଥିଲେ । ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାହୁଲ ଅଧିକ ସମୟ ପାଣିରେ ରହିବା କାରଣରୁ ସଂକ୍ରମିତ ହେଇଥିବା ଜଣାପଡିଛି । ତଥାପି ସେ ଭଳଥିବା ବିଷୟରେ ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ଦିଲ୍ଲୀରେ ଥିବା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ରାହୁଲଙ୍କୁ ଭେଟିବା ପାଇଁ ବିଳାସପୁର ଯିବେ ବୋଲି ଜଣାପଡିିଛି ଓ ରାହୁଲର ସାହସିକତା ପାଇଁ ଶ୍ରୀ ବାଘେଲା ତାକୁ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ରାହୁଲ ତାଙ୍କ ବାପା ମାଆଙ୍କ ସହିତ ପୁରୀ ଆସିଥିବାବେଳେ ସେ ନିଖୋଜ ହୋଇଯାଇଥିଲା । ହେଲେ ବହୁ ସମୟ ପରେ ଏକ ମନ୍ଦିର ନିକଟରୁ ତାକୁ ଉଦ୍ଧାର କରାଯାଇଥିଲା ବୋଲି ତାଙ୍କ ବାପା ଗଣମାଧ୍ୟମକୁ ଜଣାଇଛନ୍ତି ।