ନୂଆଦିଲ୍ଲୀ : ଆଜି ଭାରତ ଯୋଡ ଯାତ୍ରାର ଶେଷ ଦିନ । ଅନ୍ତିମ ଦିନରେ ଭାରତ ଯୋଡ ଯାତ୍ରା । କିଛି ବିରୋଧୀ ଆସିଲେ କିଛି ଦୂରେଇଲେ । ଯାତ୍ରା ଶିଖାଇଲା ଯନ୍ତ୍ରଣା କଣ । ଅନ୍ତିମ ଦିନରେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରା । ଯାହା ୨୦୨୪ ରେ ନିର୍ବାଚନ ପାଇଁ ଯନ୍ତ୍ର ସଜୀଵ ବୋଲି ଆଶା କରାଯାଉଛି । ତେବେ ଏହି ଯାତ୍ରା ରୁ ଜନତାଙ୍କ ସମର୍ଥନ ଫେରିବ କି ଏହି ପ୍ରଶ୍ନ ଏବେ ସଭିଁଙ୍କ ମନରେ ଉଙ୍କି ମାରୁଛି । ତେବେ ଯେଉଁ ଉଦ୍ଦେଶ୍ୟରେ ରାହୁଲ ଏହି ଯାତ୍ରା ଆରମ୍ଭ କରିଥିଲେ ସେ ତାହା ହାସଲ କରିଛନ୍ତି ବୋଲି ନିଜେ ପ୍ରକାଶ କରିଛନ୍ତି । ଲୋକମାନଙ୍କ ସହିତ ମିଶି ସେ ତାଙ୍କର ଯନ୍ତ୍ରଣାକୁ ଅନୁଭବ କରିଛନ୍ତି । ଆଉ କହିଛନ୍ତି ଏହି ସମର୍ଥନ ହିଁ ତାଙ୍କୁ କେନ୍ଦ୍ର ବିରୋଧରେ ଲଢ଼ିବାକୁ ପ୍ରେରଣା ଯୋଗାଇଛି । କେନ୍ଦ୍ର ଯେଉଁ ଅ ମାନବିକତା ଭାବ ଦେଖାଇଛି, ଲୋକମାନଙ୍କ ହକ ଆଉ ଅଧିକାର ସହ ଯେଉଁ ଭଳି ଖେଳ ଖେଳୁଛି ତାହାର ଜବାବ ଦେବାକୁ ବାଧ୍ୟ ହେବ ।
ରାହୁଲ ଏହା ମଧ୍ୟ କହିଛନ୍ତି ସେ ମାନେ ଯେତେ ଷଡଯନ୍ତ୍ର କରିଲେ ମଧ୍ୟ ଆମକୁ ଅଟକାଇ ପାରିଲେ ନାହିଁ । ଆହୁରି ଜନ ସମର୍ଥନ ଦେଖି ଭୟଭିତ ହୋଇ ଯାଇଛନ୍ତି । ତେବେ ଏହି ଯାତ୍ରା ବିରାମ ନୁହେଁ ଏହ ପର ଠାରୁ ଏକ ନୂତନ ଅଧ୍ୟାୟ ସୃ୍ଷ୍ଟି ହେବ । ତେବେ ରାହୁଲଙ୍କ ଏହି ଯାତ୍ରା ବାସ୍ତବରେ ଯେତେ ମାତ୍ରାରେ ଜନସମର୍ଥନ ପାଇଛି ତାହା ବିରୋଧୀ ମାନଙ୍କ ନିଦ ହଜାଇ ଦେଇଛି । କିନ୍ତୁ କଂଗ୍ରେସ ଉପରେ ଜନତା ପୂର୍ବଭଳି ଭରଷା କରି ପାରୁଛନ୍ତି କି ନାହିଁ ତାହାତ ଆଗାମୀ ନିର୍ବାଚନ କହିବ କିନ୍ତୁ ଏହି ଯାତ୍ରା ରାଜନୈତିକ ମହଲରେ କିଛି ପରିବର୍ତ୍ତନ ନିହାତି ସୃଷ୍ଟି କରି ପାରିଛି । ଆଜି ବିରୋଧୀ ମାନେ ମୁହଁରେ ରାହୁଲ ପଦ ଯାତ୍ରାର ପ୍ରଶଂସା ରହିଛି । ଆଉ ଯାହା ଆଶା କରାଯାଉଛି କିଛି ତ ପରିବର୍ତ୍ତନ ନିଶ୍ଚୟ ହେବ । ଭାରତ ଯୋଡୋ ରେ ରାହୁଲ କେତେ ପ୍ରତିଶତ ମନ ଯୋଡି ପାରିଛନ୍ତି ତାହା ଖୁବ ଶୀଘ୍ର ଜଣା ପଡ଼ିଯିବ । ଏବେ ନଜର କେବଳ ଅଟକିଲା ନିର୍ବାଚନ ଉପରେ ।