(ସରୋଜ କୁମାର ରାଉତ / ରିପୋର୍ଟସ ଟୁଡ଼େ ): ରେଳ ବଜେଟରେ ଓଡିଶା ପାଇଁ ୪୩୭୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ରେଳ ପାଇଁ ଓଡିଶାକୁ ଯେତିକି ମିଳିଛି ତା ଠାରୁ ଆମେ ଅଧିକ ଅନୁଦାନ ମାଗିଥିଲୁ ବୋଲି ରାଜ୍ୟସଭା ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ କହିଛନ୍ତି କ୍ଷ ବଜେଟ ପୂର୍ବରୁ ରେଲୱେ ପାଇଁ ମୁଖ୍ୟମନ୍ତ୍ରୀ ବହୁ ପ୍ରସ୍ତାବ ଦେଇଥିଲେ କ୍ଷ ପୂର୍ବରୁ ରେଳ ପାଇଁ ସ୍ଵତନ୍ତ୍ର ବଜେଟ କରାଯାଉଥିଲା କ୍ଷ ହେଲେ ଏବେ ତାହା କରା ନ ଯାଇ ସାଧାରଣ ବଜେଟରେ ରେଳ ବଜେଟ ଆଗତ କରାଯାଉଛି । ଯେଉଁଥିପାଇଁ ସେଥିରେ କିଛି ସ୍ୱତନ୍ତ୍ର ପ୍ରୋଜେକ୍ଟ ରହୁନାହିଁ କ୍ଷ ଯେତେବେଳେ ରେଳ ପାଇଁ ଅର୍ଥ ମିଳୁଛି ସେତେବେଳେ ରେଳ ବିଭାଗ ଓ କେନ୍ଦ୍ର ସରକାର ଟଙ୍କାକୁ ଖର୍ଚ୍ଚ କରିପାରୁନାହାନ୍ତି ବୋଲି ଆଚାର୍ଯ୍ୟ କହିଛନ୍ତି କ୍ଷ ଯାହାଫଳରେ ଓଡିଶାକୁ ସେହି ଅନୁଦାନରେ ଲାଭ ମିଳିପାରୁନାହିଁ କ୍ଷ ଯେଉଁ ସବୁ କାମ ରେଲୱେରେ ଅଧା ଅଧୁରା ରହିଛି ତାକୁ ତୁରନ୍ତ ସାରିବାକୁ ନିବେଦନ କରୁଛୁ କ୍ଷ