ଓଡିଶାକୁ ରେଳ ବଜେଟରେ ଅଣଦେଖା

0

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ): ଓଡିଶାକୁ ରେଳ ବଜେଟରେ ଅଣଦେଖା କରାଯାଇଛି ଓ ବଜେଟ ଅନୁଦାନ ଅତ୍ୟନ୍ତ ନୈରାଶ୍ୟଜନକ । ଗତ ବଜେଟରେ ଓଡିଶା ପାଇଁ ପ୍ରଦାନ କରାଯାଇଥିବା ଅନୁଦାନ ରାଶି ଠାରୁ ଚଳିତ ବଜେଟରେ ଓଡିଶାକୁ ଅଧିକ ବଜେଟରେ ଆଶା କରାଯାଉଥିଲା । ମାତ୍ର ଆଶାନୁରୂପକ ଭାବେ ଓଡିଶାକୁ ବଜେଟରୁ ଅନୁଦାନ ମିଳିନାହିଁ ।ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଆବଶ୍ୟକ ଅନୁଦାନ ଦାବି କରାଯିବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
କଂଗ୍ରେସ ମଧ୍ୟ ରେଳ ବଜେଟରେ ଓଡ଼ିଶାର ଅଦୁନାନକୁ ସହଜରେ ଗ୍ରହଣ କରିପାରି ନାହିଁ । ଓଡ଼ିଶା ପାଇଁ ଏହା ଏକ ଦୁଃଖ ଦାୟକ ଘଟଣା । ରେଳ ଇନକମ ରେ ଓଡ଼ିଶା ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଅଛି । ଏହାକୁ କେନ୍ଦ୍ର ଅବହେଳାକରିଛି । ଏ ଗୋଟେ ଅପରାଗ ସରକାର କହିବା ସହ ରେଳ ବେଜଟକୁ ନିନ୍ଦା କରିଛନ୍ତି ସୁର ରାଉତ ରାୟ ।
ଅନ୍ୟପଟେ କିନ୍ତୁ ଏହି ବଜେଟକୁ ରାଜ୍ୟ ବିଜେପି ଏକ ଐତିହାସିବ ବଜେଟ ବୋଲି କହିଛନ୍ତି । ଓଡ଼ିଶାର ପୂର୍ବାଞ୍ଚଳର ବିକାଶ ପାଇଁ ଯେଉଁ ନୂତନ ରେଳ ଲାଇନ ତିଆରି ହେବ ମୋଦୀ ସରକାର ସମସ୍ତ କାର୍ଯ୍ୟ ପାଇଁ ପ୍ରଜ୍ୟାପ୍ତ ପଇସା ଦେବା କଥା ବିଜେପିର ପ୍ରଦୀପ ପୁରୋହିତ କହିଛନ୍ତି ।