ରେଳ ବଜେଟ: ଓଡ଼ିଶାକୁ ୪୩୭୩ କୋଟି

0

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର): ରେଳ ବଜେଟରେ ଓଡିଶା ପାଇଁ ୪୩୭୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । କେନ୍ଦ୍ରର ମୋଦୀ ସରକାର ନିଜ ଦ୍ଵିତୀୟ କାର୍ୟ୍ୟଵଲକାଳର ପ୍ରଥମ ବଜେଟ୍ ଫେବୃଆରୀ ୧ରେ ଉପସ୍ଥାପନ କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ଉପସ୍ଥାପନ କରିଥିଲେ। ରେଲଓ୍ଵେ ବଜେଟରେ ପୂର୍ବତଟ୍ ରେଲଓ୍ଵେକୁ ୫୮୬୫ ଟଙ୍କାର ଅନୁଦାନ ଦିଆଯାଇଛି। ସେଥିରେ ଓଡ଼ିଶାକୁ ୪୩୭୩ କୋଟି ଅନୁଦାନ ମିଳିଛି । ଗତ ବର୍ଷ ଓଡ଼ିଶାକୁ ପ୍ରାୟ ୪୫୯୩ କୋଟି ମିଳିଥିଲା ।
ଓଡ଼ିଶାରେ କାର୍ୟ୍ୟକାରୀ ହେଉଥିବା ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ପାଇଁ ସର୍ବାଧିକ ୫୨୦ କୋଟି, ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ହରିଦାସପୁର-ପାରାଦୀପ ପାଇଁ ୧୦୦ କୋଟି, ତାଳଚେର ବିମଳାଗଡ଼ ପାଇଁ ୧୪୦ କୋଟି, ଜୟପୁର-ମାଲକାନଗିରି ପାଇଁ ୩୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ସେହିପରି ସମ୍ବଲପୁର-ତାଳଚେର ରେଳପଥର ଦୋହରିକରଣ ପାଇଁ ୨୯୨ କୋଟି, ସମ୍ବଲପୁର-ଟିଟିଲାଗଡ଼ ରେଳପଥ ଦୋହରିକରଣ ପାଇଁ ୩୮୨କୋଟି, ଟିଟିଲାଗଡ଼-ବିଜୟନଗରମ ୩ୟ ଲାଇନ ପାଇଁ ୩୮୦ କୋଟିର ବ୍ୟୟବରାଦ କରାଯାଇଛି । ସେହିପରି ଭଦ୍ରକ-ନିର୍ଗୁଣ୍ଡି ୩ୟ ଲାଇନ ପାଇଁ ୧୦୨ କୋଟି ଟଙ୍କା ଓ ବୁଢାପଙ୍କ-ଶାଳଗାଁ ୩ୟ ଲାଇନ ପାଇଁ ୨୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାରେ ରେଳବାଇ ବିଦ୍ୟୁତକରଣ ପାଇଁ ୧୮୦ କୋଟିର ବ୍ୟୟବରାଦ କରାଯାଇଛି ।