(ମମତା ସାମଲ)ରିପୋର୍ଟସଟୁଡେ: ଖୋର୍ଦ୍ଧାରୋଡରେ କର୍ତ୍ତବ୍ୟରତ ଡ୍ରେନ ଗାର୍ଡଙ୍କ ଆକସ୍ମିକ ଦେହାନ୍ତ ହୋଇଥିଲା। ମୃତ ଗାର୍ଡଙ୍କ ପରିବାର ବର୍ଗଙ୍କୁ ସୁବିଧା ପାଇଁ ଖୁବ୍ କମ୍ ସମୟରେ ସମସ୍ତ ପେନସନ ଏବଂ ଅନ୍ୟାନ୍ୟ ପାଉଣା ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା। ଖୋର୍ଦ୍ଧା ରେଳମଣ୍ଡଳର ଫାଇନାନ୍ସ ଓ ପର୍ସନେଲ ବିଭାର କର୍ମଚାରୀମାନଙ୍କ ପରିଶ୍ରମ ଯୋଗୁଁ ମୃତ ଗାର୍ଡଙ୍କ ପରିବାରକୁ ପେନସନ ଓ ଅନ୍ୟାନ୍ୟ ପାଉଣା ଖୁବ କମ୍ ସମୟ ମଧ୍ୟରେ ମିଳିପାରିଛି।ସ୍ବର୍ଗତ ଗାର୍ଡ ଶ୍ରୀ ବେହେରା ଗତ ୨୮ ତାରିଖ ଦିନ ଖୋର୍ଦ୍ଧାରୋଡ଼ ଠାରୁ ପଲାସା ପର୍ୟ୍ୟନ୍ତ ଟ୍ରେନରେ ଡ୍ୟୁଟି ଥିଲା । ରାତ୍ର ୨ଘ.୫୦ମି.ରେ ଟ୍ରେନ ଗାର୍ଡ ଭ୍ୟାନରେ ଅଚେତ ଅବସ୍ଥାରେ ଶ୍ରୀ ବେହେରାଙ୍କୁ ଠାବ କରାଯାଇଥିଲା ଏବଂ ତୁରନ୍ତ ତାଙ୍କୁ ସେଠାରୁ ରେଳବାଇ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷିତ କରିଥିଲେ ଓ
ଶ୍ରୀ ବେହେରାଙ୍କ ସ୍ତ୍ରୀ, ଦୁଇଟି ପୁଅ ଏବଂ ଗୋଟିଏ ଵିଭାହିତ ଝିଅ ଅଛନ୍ତି ଓ ପରିବାରର ଯେପରି କୌଣସି ଆର୍ଥିକ ଅସୁବିଧା ନହୁଏ ସେଥିପାଇଁ ରେଳବାଇ ପ୍ରଶାସନ ତୁରନ୍ତ ତାଙ୍କ ପରିବାରକୁ ପେନସନ ସହିତ ବକେୟା ପାଉଣା ମାତ୍ର ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରିବାକୁ ସ୍ଥିର କରି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ ଓ ଏହି ପଦକ୍ଷେପକୁ ଉଭୟ ଫାଇନାନ୍ସ ଓ ପର୍ସନେଲ ବିଭାଗର କର୍ମଚାରୀମାନେ ଏକ ଆହ୍ୱାନ ଭାବେ ଗ୍ରହଣ କରିବା ସହିତ ଅନବରତ ପରିଶ୍ରମ କରି ଏହି ପାଉଣା ଓ ପେନସନ ପ୍ରଦାନ କରିବା କାର୍ୟ୍ୟକୁ ସଫଳ କରାଇଥିଲେ ଓ