୨ ଦିନିଆ କଳାହାଣ୍ଡି ଗସ୍ତରେ ରେଳ ମନ୍ତ୍ରୀ
କେନ୍ଦ୍ର ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଜନ ଆଶୀର୍ବାଦ ଯାତ୍ରାରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।
(ଭୁବନେଶ୍ୱର) : କେନ୍ଦ୍ର ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଜନ ଆଶୀର୍ବାଦ ଯାତ୍ରାରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ରାୟଗଡା ଆଉ ତା ପରେ କୋରାପୁଟ ଜିଲ୍ଲାରେ ରୋଡ ସୋ କରିବା ପରେ ଆଜିଠୁ ୨ ଦିନିଆ କଳାହାଣ୍ଡି ଗସ୍ତରେ ରେଳ ମନ୍ତ୍ରୀ। ଆଜି ଭବାନୀପାଟଣା ଯିବେ ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ।
ସୂଚନାନୁଯାୟୀ , ପ୍ରଧାନମନ୍ତ୍ରୀ କିଶାନ ନିଧି, ଜନଧନ ଓ କୋଭିଡ୍ ଟିକାକରଣ ବାବଦରେ ଭବାନିପାଟଣା ସର୍କିଟ୍ ହାଉସରେ ଆଲୋଚନା ହେବ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଯୋଗ ଦେବା ସହିତ ସେଠାରେ ରାତ୍ରିଯାପନ କରିବେ । ରବିବାର ସକାଳେ ରେଳମନ୍ତ୍ରୀଙ୍କର ମାଣିକେଶ୍ୱରୀ ମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ରହିଛି ବୋଲି ବରିଷ୍ଠ ରେଳ ଅଧିକାରୀ ସୂଚନା ଦେଇଛନ୍ତି । ଏ ନେଇ ଜିଲ୍ଲାବ୍ୟାପୀ ୨୨ଟି ସ୍ଥାନରେ ଜନସମ୍ବାଦ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵାଗତ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଏଥିପାଇଁ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ଦଳୀୟ ପତକା ସହ ନେତାଙ୍କ ହୋଡିଂ ଲାଗିଛି ।