ଓଡ଼ିଆ ଭାଷାରେ ରେଳ ଟିକେଟ

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ଟ୍ରେନ ଟିକେଟ ଓଡ଼ିଆ ମିଳିବ । ଓଡ଼ିଆ ଅକ୍ଷରରେ ଲେଖା ହୋଇଥିବା ଅଣ ସଂରକ୍ଷିତ ଟ୍ରେନ ଟିକେଟ ଯାତ୍ରୀ ମାନେ ପାଇପାରିବେ । ରାଜ୍ୟର ସମସ୍ତ ଷ୍ଟେସନରେ ଯାତ୍ରୀମାନଙ୍କୁ ଏହି ସୁବିଧା ଉପଲବ୍ଧ କରାଯିବ। ଭୁବନେଶ୍ୱରର ପୂର୍ବତଟ ରେଳପଥ ମୁଖ୍ୟାଳୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ।
ଏହାସହ ଜୁନାଗଡ଼ ରୋଡ଼-ଭୁବନେଶ୍ୱର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସର ପୃଥକ ଭାବେ ଚଳାଚଳ ଆରମ୍ଭ ହେବ। ଏହି କାର୍ୟ୍ୟକ୍ରମରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହିବେ।