ନୂଆଦିଲ୍ଲୀ : ବାହାନଗା ଟ୍ରେନ ଦୁର୍ଘଟଣାକୁ ଅନେକ ଦିନ ପୂରିଥିଲେ ମଧ୍ୟ କାହାରି ମନରୁ ଲିଭିନି ସେ ଦିନର କରୁଣ ଦୃଶ୍ୟ । ସେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୯୨ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।ଏହି ଦୁର୍ଘଟଣା ର ମୁଖ୍ୟ କାରଣ ସ୍ୱୟଂଚାଳିତ ସିଗନାଲିଙ୍ଗ ସିଷ୍ଟମରେ ହସ୍ତକ୍ଷେପ ବୋଲି କୁହାଯାଉଛି । କିନ୍ତୁ ଏବେ ଦେଖାଯାଇଛି ଦକ୍ଷିଣ ପୂର୍ବ ରେଳପଥର ୫ଜଣ ଅଧିକାରୀଙ୍କ ବଦଳି କରାଯାଇଛି । ବଦଳି ହୋଇଥିବା ଅଧିକାରୀଙ୍କ ମଧ୍ୟରେ ରେଳ ଚଳାଚଳ , ସୁରକ୍ଷା ଏବଂ ସିଗନାଲ ଆଦି ଦାଇତ୍ୱରେ ଥିବା ଅଧିକାରି ଅଛନ୍ତି । କିନ୍ତୁ ରେଳବାଇ ଏହାକୁ ସ୍ୱାଭାବିକ ବଦଳି ବୋଲି କହୁଛି । ପୃଥକ୍ ପୃଥକ୍ ବଦଳି ଆଦେଶନାମାରେ ରେଳବାଇ ବୋର୍ଡ ‘ଖଡ଼ଗପୁର ଡିଭିଜ୍ନାଲ୍ ରେଲ୍ୱେ ମ୍ୟାନେଜର୍’ ଶୁଜାତ ହାସ୍ମି, ‘ଦକ୍ଷିଣପୂର୍ବ ରେଳପଥ ଜୋନ୍’ର ‘ପ୍ରିନ୍ସିପାଲ୍ ଚିଫ୍ ସିଗ୍ନାଲ୍’ ଏବଂ ‘ଟେଲିକମ୍ୟୁନିକେସନ୍ ଇଞ୍ଜିନିୟର୍ ପି.ଏମ୍. ସିକ୍ଦାର୍, ‘ପ୍ରିନ୍ସିପାଲ୍ ଚିଫ୍ ସେଫ୍ଟି ଅଫିସର୍’ ଚନ୍ଦନ ଅଧିକାରୀ, ‘ପ୍ରିନ୍ସିପାଲ୍ ଚିଫ୍ ସିକ୍ୟୁରିଟି କମିସନର୍’ ଡି. ବି. କସର୍ ଏବଂ ‘ପ୍ରିନ୍ସିପାଲ୍ ଚିଫ୍ କମର୍ସିଆଲ୍ ମ୍ୟାନେଜର୍’ ମହମ୍ମଦ୍ ଅୱେସ୍ଙ୍କୁ ବଦଳି କରିଥିବା କଥା ‘ନିଉଜ୍ ଏଜେନ୍ସି ପି.ଟି.ଆଇ.’ ରିପୋର୍ଟ କରିଛି।