ସାରା ରାଜ୍ୟରେ କୋହଲା ପାଗକୁ ବର୍ଷା

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ଓଡ଼ିଶାର ଅନେକ ସ୍ଥାନରେ ଝିପିଝିପି ବର୍ଷା ହେବା ସହ ପାଗ କୋହଲା ରହିଛି। ଆସନ୍ତା ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ୧୦ ତାରିଖରୁ ପାଗରେ ପୁଣି ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଏହି ୨,୩ ଦିନ କୋହଲା ପାଗରୁ ନିସ୍ତାର ମିଳିବ ନାହିଁ। ଆସନ୍ତା ୧୦ ତାରିଖ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଛାଡ଼ି ପାଗ ଶୁଖିଲା ରହିବା ସମ୍ଭାବନା ରହିଛି। ୧୦ ତାରିଖ ପରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବ । ଆଜି ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ବର୍ଷା ହେବା ସମ୍ଭାବନା ରହିଛି । ୩୦ରୁ ୪୦ କିମି ବେଗରେ ପବନ ବହିବ । ବର୍ଷା ସହ କୁଆପଥର ପଡ଼ିବା ସମ୍ଭାବନା ରହିଛି । ଜଗତସିଂହପୁର, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟାରେ ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଗତ ୨ଦିନ ହେଲା ରାଜ୍ୟରେ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଗତ ୨୪ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ୧୭ ମିମି ବର୍ଷା ରେକର୍ଡ଼ କରାଯାଇଛି । ବୈାଦ୍ଧରେ ୧୬.୨ ମିମି, ସୋନପୁର ଓ ଫୁଲବାଣୀରେ ୭.୬ ମିମି , କଟକ ଓ ଭବାନୀପାଟଣାରେ ୪.୦ ମିମି ବର୍ଷା ରେକର୍ଡ଼ କରାଯାଇଛି ।