(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ରାଜ୍ୟରେ ଲାଗି ରହିଛି ବର୍ଷା ସାଙ୍ଗକୁ କୋହଲା ପାଗ । ଗତକାଲି ସକାଳରେ ମୂଷଳ ଧାରାରେ ବର୍ଷା ହୋଇଥିବା ବେେ, ଅପରାହ୍ନରେ ଛାଡ଼ି ଯାଇଥିଲା । କିନ୍ତୁ ପୁଣି ଥରେ ରାତିରେ ରାତିରେ ବର୍ଷା ହୋଇଥିଲା । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ହେଲେ ଆଜି ସକାଳୁ ପାଗରେ ପରିବର୍ତନ ଦେଖାଦେଇଛି । ବର୍ଷାର ପରିମାଣ କମିବାରେ ଲାଗିଛି । ହେଲେ ମଧ୍ୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାର କେତେକ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ଘଡ଼ଘଡ଼ି ମାରିବା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ବର୍ଷା କମିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ । ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା କମିବ। ଆସନ୍ତାକାଲି ଉପକୂଳ ଓଡ଼ିଶା ସହ ମୟୁରଭଞ୍ଜ, ଖୋର୍ଦ୍ଧା, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ଅନୁଗୁଳରେ ଘନ କୁହୁଡ଼ି ଦେଖାଯିବା ସମ୍ଭାବନା ରହିଛି।ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସର୍ବାଧିକ ୭୮.୨ ମିମି ବର୍ଷା ରେକର୍ଡ, ସମ୍ବଲପୁରରେ ୨୬ ମିମି ଓ ପାରାଦୀପରେ ୨୧ ମିମି ବର୍ଷା ରେକର୍ଡ଼ କରାଯାଇଛି ।