(ଆଦର୍ଶ /ତ୍ରିଲୋଚନ)ରିପୋର୍ଟସଟୁଡେ: ୬ଟି ଜିଲ୍ଲାରେ ବର୍ଷିବ ବର୍ଷା । ଆସନ୍ତା ୭ ଓ ୮ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଡିୟୁଟି ଅଫିସର ସୁଦର୍ଶନ ମିଶ୍ର । ଏହି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୪୦ ରୁ ୪୫ କିମି ବେଗରେ ପବନ ବହିବ । ଆସନ୍ତା ୨୪ ଘଣ୍ଟା ଯାଏଁ ମତ୍ସ୍ୟଜୀବିକୁ ସମୁଦ୍ର ମଧ୍ୟକୁ ନଯିବାକୁ ସତର୍କ ସୂଚନା ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା,କେନ୍ଦୁଝର,ସମ୍ବଲପୁର,ଭଦ୍ରକ,ବାଲେଶ୍ୱର ଏବଂ ମୟୂରଭଞ୍ଜ ।