ରିପୋର୍ଟର୍ସ ଟୁଡେ ବ୍ୟୁରୋ; ରାଜ୍ୟରେ ଆହୁରି ୩ଦିନ ଲାଗି ରହିବ ବର୍ଷା । ୨୧ ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ କାଚିବ । ବଜ୍ରାଘାତ ସହିତ ଝଡବର୍ଷାର ସମ୍ଭାବନା ରହିଛି । ତେବେ ବର୍ଷା ନେଇ ୪ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ । ସୁନ୍ଦରଗଡ ,କେନ୍ଦୁଝର ଓ ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷିବ । ଏହାସହିତ ଗୋଟିଏ କି ୨ଟି ସ୍ଥାନରେ ବିଜୁଳି ଘଡଘଡି ହେବା ନେଇ ସତର୍କ ମଧ୍ୟ କରାଯାଇଛି । ସେପଟେ ଝଟକା ପବନର ବେଗ ୩୦େୁ ୪୦ କିମି ପ୍ରତି ଘଣ୍ଟା ହେବାର ଆଶଙ୍କା ରହିଛି । ୧୮ ଜୁନ ପାଇଁ କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।ତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଏବଂ ବର୍ତ୍ତମାନ ସମୁଦ୍ର ପତନଠାରୁ ୫.୮ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡକୁ ଢଳି ରହିଛି । ସେଥିପାଇଁ ବର୍ଷା ଲାଗି ରହିଛି ।