24 ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ଜାରି ରହିବ ବର୍ଷା

0

ଭୁବନେଶ୍ୱର: ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ଜାରି ରହିବ ବର୍ଷା । ଆଜି ପାଇଁ ରାଜ୍ୟର 7 ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଚି ପାଣିପାଗ ବିଭାଗ କେନ୍ଦ୍ର ।  ଜିଲ୍ଲାଗୁଡିକ ହେଉଚି ଗଞ୍ଜାମ, କନ୍ଧମାଳ,  ନୟାଗଡ଼,ଖୋର୍ଦ୍ଧା, ପୁରୀ, ବୌଦ୍ଧ, ଏବଂ ବଲାଙ୍ଗୀର । ବର୍ତମାନ ଗଭୀର  ଅବପାତଟି ପୁରୀର ଦକ୍ଷିଣ_ ଦକ୍ଷିଣ_ ପୂର୍ବ ଦିଗରେ 50  କିମି ଦୂରତାରେ ରହିଛି ।

 ଆଜି ମଧ୍ୟାହ୍ନରେ ପୁରୀ ନିକଟ ଦେଇ  ଅତିକ୍ରମ କରିବ ଗଭୀର ଅବପାତ।  ସେପଟେ ରାଜ୍ୟର ସମସ୍ତ ବନ୍ଦରଗୁଡ଼ିକରେ ଦୁଇ ଦିନପାଇଁ 3 ନମ୍ବର ବିପଦ ସଂକେତ  ଜାରି କରାଯାଇଛି । ଏହା ସହ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ  ମତ୍ସ୍ୟଜିବି ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଚି ପାଣିପାଗ ବିଭାଗ କେନ୍ଦ୍ର ।