ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ବଢିବ ଆଜିଠୁ ବର୍ଷାର ପରିମାଣ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କନ୍ଧମାଳ ,ଗଞ୍ଜାମ,ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଅନ୍ୟ ୧୭ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ତେବେ ଦକ୍ଷିଣ ଓ ଉପକୂଳ ଓଡିଶା ସମେତ ଅନେକ ସ୍ଥାନରେ ବର୍ଷା ହେବ । ସେହିପରି ଆସନ୍ତାକାଲି ମଧ୍ୟ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଉତ୍ତର ଉପକୂଳ ଓଡିଶା ତତ୍-ସଂଲଗ୍ନ ଦକ୍ଷିଣ ଗଙ୍ଗୀୟ -ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୧୬ ଓ ୧୭ ତାରିଖରେ ଉତ୍ତର ଓଡିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି । ତେବେ ଘର୍ଣ୍ଣିବଳୟ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେବ ।