ପ୍ରବଳ ବର୍ଷା : ଦିଲ୍ଲୀ-ଏନସିଆର ପାଇଁ ଅରେଞ୍ଜ ଆଲର୍ଟ ଜାରି
ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ସକାଳେ ପ୍ରବଳ ବର୍ଷା ହୋଇଛି । ଯେଉଁଥିପାଇଁ ପାଣିପାଗରେ ପରିବର୍ତ୍ତନ ଆସିଛି ।
(ଦିଲ୍ଲୀ) : ବର୍ଷାରେ ଭିଜିଲା ସାରା ରାଜଧାନୀ । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ସକାଳେ ପ୍ରବଳ ବର୍ଷା ହୋଇଛି । ଯେଉଁଥିପାଇଁ ପାଣିପାଗରେ ପରିବର୍ତ୍ତନ ଆସିଛି ।
ସକାଳେ ବର୍ଷା ହେତୁ ରାଜଧାନୀବାସୀ ପ୍ରବଳ ଗରମରୁ ଆଶ୍ବସ୍ତ ପାଇଛନ୍ତି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଦିଲ୍ଲୀ-ଏନସିଆରରେ ବର୍ଷା ହେବାର ସମ୍ଭାବନା ପ୍ରକାଶ କରାଯାଇଛି। IMD ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ ଆଗାମୀ ୨ ଘଣ୍ଟା ମଧ୍ୟରେ ଦିଲ୍ଲୀ-ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ୫୦ରୁ ୮୦ କିଲୋମିଟର ବେଗରେ ହାଲୁକା ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବାର ସମ୍ଭାବନା ଅଛି ।
ନୋଏଡା, ଗାଜିୟାବାଦ ସମେତ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବଜ୍ରପାତ ସହ ସୋମବାର ସକାଳେ ବର୍ଷା ହୋଇଛି। ଦିଲ୍ଲୀରେ ପବନ ବହୁତ ପ୍ରବଳ ବେଗରେ ପ୍ରବାହିତ ହେଉଛି ଏବଂ ଲୋକମାନେ ଥଣ୍ଡା ଅନୁଭବ କରୁଛନ୍ତି । ପାଣିପାଗ ବିଭାଗ ଦିଲ୍ଲୀ-ଏନସିଆର ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି।