ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ମୋହନ ରାୟଙ୍କର ହାତିଆ ଗ୍ରାମ ପରିଦର୍ଶନ

0

ରାଇରଙ୍ଗପୁର : ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ମୋହନ ରାୟ କର ହାତିଆ ଗ୍ରାମ ପରିଦର୍ଶନ ଆଜି JMM ଦଳ ତରଫରୁ ପନ୍ଦର ଦଫା ଦାବି ନେଇ 24ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଥିଲା  ।  ଥିବା ସତ୍ୱେ ମଧ୍ୟ  ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ମୋହନ ରାୟ ଏବଂ ସ୍ଥାନିୟ  ପ୍ରାଣୀ ଚିକିତ୍ସକ ଡାକ୍ତର ନିମାଇଁ ଚରଣ ମୁର୍ମୁ  ଓ ଦୁଇ ଜଣ ପ୍ରାଣୀ ଧନ ନିରିକ୍ଷକକ ସହିତ ଆଜି ରାଇରଙ୍ଗପୁର ବ୍ଲକର ହାତିଆ ଗ୍ରାମ ପରିଦର୍ଶନରେ ଯାଇ ଥିଲେ । ସେଠାରେ  ଗ୍ରାମବାସୀଙ୍କୁ   LSD (ଲମ୍ପିଁ ରୋଗ) ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। କିଭଳି ଏହି ରୋଗରୁ ଗାଈ ଗୋରୁଙ୍କୁ ରକ୍ଷା କରାଯାଇ ପାରିବ । ସେ ବିଷୟରେ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ମୋହନ ରାୟ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଏହି ଆଲୋଚନା ସମୟରେ ସେହି ଗ୍ରାମର ନିରଞ୍ଜନ ଗିରି ଉପସ୍ଥିତ ରହି ସହଯୋଗକରିଥିଲେ । ତାପରେ ସେଠାରୁ ଫେରିବା ବାଟରେ ରାଇରଙ୍ଗପୁର ବ୍ଲକ ର ସୁଣ୍ଡଳ ପ୍ରାଣୀ ଧନ ନିରିକ୍ଷକଙ୍କ କାର୍ଯ୍ୟାଳୟ ପରିଦର୍ଶନ ଯାଇ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ମୋହନ ରାୟ ଙ୍କର ଏଭଳୀ କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ବ୍ଲକର ଜନସାଧରଣ ପ୍ରସଂଶା କରୁଛନ୍ତି।