ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ଆଜିର ଏହି ସମୀକ୍ଷା ବୈଠକରେ ବାମନଘାଟିର ସାତଗୋଟି ବ୍ଲକର ପ୍ରାଣୀ ଚିକିତ୍ସା ଅଧିକାରୀ ଯୋଗଦାନ କରିଥିଲେ। ଏହି ଵୈଠକରେ ପ୍ରଥମ ପ୍ରସ୍ତାବ ଭାବେ ସତ୍ୟବାଦି ଠାରେ ୫ଟି ସଚିବ ଓ ପୁରୀ ଜିଲ୍ଲାପାଳଙ୍କ ଉପରକୁ କାଳୀ ମାଡ ଘଟଣାକୁ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ସଂଘ ପକ୍ଷରୁ ଦୃଢ ଭାବେ ନିନ୍ଦା କରାଗଲା ଓ ନୂତନ ଭାବେ ପାଞ୍ଚ ଜଣ ପ୍ରାଣୀ ଚିକିତ୍ସକ ଯୋଗଦାନ କରିଥିବାରୁ ସେମାନଙ୍କୁ ସ୍ବାଗତ କରାଗଲା। ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ହଳଦା ପଞ୍ଚାୟତର ବଡ ବାଇକଳକ୍ଷ ଗ୍ରାମର ଶିବ ମହାନ୍ତଙ୍କ ଗୋରୁମାନଙ୍କୁ (ଖଝଊ) ଲମ୍ପିରୋଗ ହୋଇଥିବାର ଦେଖା ଦେଇଛି। ତେଣୁ ଏହି ରୋଗ ଯେମିତି ନ ବ୍ୟାପୁ ସେଥିପାଇଁ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ମୋହନ ରାୟ ସାତ ଗୋଟି ବ୍ଲକର ପ୍ରାଣୀ ଚିକିତ୍ସା ଅଧିକାରୀ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି, ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ମୋହନ ରାୟ। ଏବଂ ବିଭାଗ ରେ କାର୍ୟ୍ୟକାରୀ ହେଉଥିବା ସମସ୍ତ ଯୋଜନା ସମ୍ପର୍କରେ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା କରାଗଲା ଓ ସମସ୍ତ ଲକ୍ଷ୍ୟ ପୁରଣ କରିବା ପାଇଁ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ମୋହନ ରାୟ ନିର୍ଦ୍ଦେଶ ଦେଇଛନ୍ତି।