ରାଇରଙ୍ଗପୁର ତହସିଲରେ ପ୍ରଥମ ଥର ଅନଲାଇନ ମାଧ୍ୟମରେ ଜନ ଶୁଣାଣି କାର୍ଯ୍ୟକ୍ରମ

0

ରାଇରଙ୍ଗପୁର  / ସତ୍ୟାନାରୟଣ  ପାଲ  : ନୂତନ ବର୍ଷରେ ରାଇରଙ୍ଗପୁର ତହସିଲଦାର ଶ୍ରୀଯୁକ୍ତ ବିଶ୍ୱନାଥ ବିଶ୍ୱାଳ, ଓ.ପ୍ର.ସେ. କନିଷ୍ଠଙ୍କ ତତ୍ତ୍ୱାବଧାନରେ ରାଇରଙ୍ଗପୁର ତହସିଲରେ ପ୍ରଥମ ଥର ଅନଲାଇନ ମାଧ୍ୟମରେ ଜନ ଶୁଣାଣି ହୋଇଅଛି । ଏଥିରେ ସର୍ବମୋଟ ୧୧ ଗୋଟି କେଶ୍ ର ଶୁଣାଣି ହୋଇ ଅଛି ।  ସେଥିମଧ୍ୟରୁ ୫ ଗୋଟି Encroachment କେଶ, ୨ ଗୋଟି ଘରବାରି Conversion ସମ୍ବନ୍ଧୀୟ,  ଜଙ୍ଗଲ ଜମି ସମ୍ବନ୍ଧୀୟ ଏବଂ ଜମିହୀନ ସମ୍ବନ୍ଧୀୟ ଇତ୍ୟାଦି କେଶ୍ ର ଶୁଣାଣି ହୋଇ ଅଛି । ଏଥିରେ ରାଜସ୍ୱ ନିରୀକ୍ଷକ, ରାଇରଙ୍ଗପୁର ଶ୍ରୀମତି ନମିତା ସେଠୀ, ରାଜସ୍ୱ ନିରୀକ୍ଷକ, ସାନପାକନା ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତ ଏବଂ ରାଜସ୍ୱ ନିରୀକ୍ଷକ, ଗୋରୁମହିଷାଣି ଶ୍ରୀମତି ସ୍ମିତା ମହାକୁଡ ନିଜ ନିଜ ରାଜସ୍ୱ ମଣ୍ଡଳୀ ରେ ରହି ଅନଲାଇନ ମାଧ୍ୟମରେ ସହଯୋଗ କରିଥିଲେ । ତହସିଲଦାର, ରାଇରଙ୍ଗପୁର ଙ୍କ ଅନୁଯାୟୀ ମାସ ର ପ୍ରତି ସୋମବାର (ଦ୍ୱିତୀୟ ସୋମବାର ବ୍ୟତୀତ) ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରାଯିବ ଏବଂ କୌଣସି ଜନସାଧାରଣଙ୍କୁ କାର୍ଯ୍ୟାଳୟ କୁ ନିଜ ସମସ୍ୟା ନେଇ ଆସିବାକୁ ଯେପରି ନ ପଡେ ସେଥିପ୍ରତି ଧ୍ୟାନ ରଖାଯିବ ବୋଲି ଜଣାଇଥିଲେ । ଆଗାମୀ ଦିନରେ ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ୭ ଗୋଟି ରାଜସ୍ୱ ମଣ୍ଡଳୀରେ ଏହି ବ୍ୟବସ୍ଥାରେ ଜନଶୁଣାଣି କରାଯିବ ବୋଲି ତହସିଲଦାର ଜଣାଇଛନ୍ତି ।