ବାଲୁଗାଁ / ଦିବ୍ୟକାନ୍ତ ବେହେରା: ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ରାଜ୍ୟ ପୋଲିସ ମୂଖ୍ୟାଳୟଠାରେ ୮୮ତମ ପୋଲିସ୍ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ପୋଲିସ ସେବାରେ ଉଲ୍ଲେଖନୀୟ କାର୍ୟ୍ୟପାଇଁ ସଫଳ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଡିଜିପି ଶ୍ରୀ ବଂଶଲ ପ୍ରଥମେ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଥିଲେ । ଜନସାଧାରଣଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବାକୁ ଏବଂ ଉଚ୍ଚକୋଟିର କର୍ତ୍ତବ୍ୟନିଷ୍ଠା, ସାଧୁତା ତଥା ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରିବାକୁ ଡିଜିପି ସମସ୍ତ ପୋଲିସ କର୍ମଚାରୀ/ଅଧିକାରୀଙ୍କୁ ଆହ୍ବାନ ଦେଇଛନ୍ତି ଜ୍ଝ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦକ୍ଷ ଏବଂ ବଳିଷ୍ଠ ନେତୃତ୍ୱ ଯୋଗୁଁ ପୋଲିସ ବିଭାଗର ସାମଗ୍ରିକ ବିକାଶ ହୋଇଛି ବୋଲି ଡିଜିପି ମତବ୍ୟକ୍ତ କରିବା ସହ ନୂତନ ଥାନା, ଫାଣ୍ଡି ଏବଂ ପଦପଦବୀ ସୃଷ୍ଟି କରାଯାଇ ପୋଲିସର ମନୋବଳ ବୃଦ୍ଧି କରାଯାଇଛି ବୋଲି ନିଜ ଅଭିଭାଷଣରେ କହିଛନ୍ତି ଜ୍ଝ ଏହି ପରିପ୍ରେକ୍ଷୀରେ ବାଲୁଗାଁ ଏସ୍ ଡି ପି ଓ ଶ୍ରୀ ମାନସ ବାରିକଙ୍କ ନିଷ୍ଠାପର କାର୍ୟ୍ୟ ଏବଂ ସାଧାରଣ ଲୋକଙ୍କ ପାଇଁ ଅତୁଳନୀୟ ସେବା ପ୍ରଦାନ ହେତୁ ଡିଜିପି ଶ୍ରୀ ବଂସଲଙ୍କ ଠାରୁ ଡିଜିପି ପଦକ ହାସଲ କରିଛନ୍ତି। ଏସ୍ ଡି ପି ଓ ଶ୍ରୀ ବାରିକ ସବୁବେଳେ ଲୋକଙ୍କ ସେବା ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି ଏବଂ ଆଜି ଯେଉଁ ପଦକ ହାସଲ କରିଛନ୍ତି ତାହା ଜନସାଧାରଣଙ୍କ ଆଶୀର୍ବାଦ ସ୍ଵରୁପ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ବୁଦ୍ଧିଜିବୀମାନେ ମତ ପ୍ରକାଶ କରିବା ସହ ବରିଷ୍ଠ ନାଗରିକମାନେ ଆଶୀର୍ବାଦ ପ୍ରଦାନ କରିଛନ୍ତି।