ଭୁବନେଶ୍ୱର;ରାଜଭବନ ଛକ ଦୁର୍ଘଟଣାରେ ଦୁଇ ପୋଲିସ ଅଧିକାରୀଙ୍କ ମୃତ୍ୟୁ।ଗତକାଲି ସନ୍ଧ୍ୟା ସମୟରେ ଦ୍ରୁତଗାମୀ କାର ଆସି ୫ ଜଣଙ୍କ ଉପରେ ଚଢ଼ି ଯାଇଥିଲା ।୩ ଜଣ ଚିକିତ୍ସା ହେଉଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୨ ମୃତକ ଅବସରପ୍ରାପ୍ତ ପୋଲିସ ଅଧିକାରୀ ରବି ଚନ୍ଦ୍ର ନାୟକ , ଗୌର ଚନ୍ଦ୍ର ନାୟକ।
ଉଭୟ ପୋଲିସ ବିଭାଗରେ କାର୍ଯ୍ୟକାରୀ ୫ ବର୍ଷ ହେବ ଅବସର ନେଇଥିଲେ । ମୃତ ରବି ଓ ଗୌର ଦୁଇ ସମ୍ପର୍କୀୟ ଭାଇ । ନୁଡ୍ରୁ , ମୋହନା ଗଜପତି ଘର ।ଦୀର୍ଘଦିନ ହେବ ଗୌର ନାୟକ ଗାଗ୍ନାତ୍ରି ନଗର ଓ ରବି ନାୟକ କଳିଙ୍ଗ ବିହାରରେ ରହୁଛନ୍ତି । ଗତକାଲି ଘରୁ ୨ ଭାଇ କିଛି କାମରେ ବାହାରିଥିଲେ । କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ହେଇଛି।