ଯଦି ଜାମିନ ମିଳେ ,ରାଜ କୁନ୍ଦ୍ରାଙ୍କଙ୍କୁ ସମାଜ ପାଇଁ ଏହା କୁପ୍ରଭାବ : ମୁମ୍ବାଇ ପୋଲିସ
ଅଶ୍ଳୀଳ ଫିଲ୍ମ ଶୁଟିଂ ଏବଂ ଏହାକୁ ଆପ୍ ଦ୍ଵାରା ପ୍ରସାରଣ କରିବା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ରାଜ କୁନ୍ଦ୍ରାଙ୍କ ଜାମିନ ଯାଚିକାକୁ ଜୋରଦାର ବିରୋଧ କଲା ମୁମ୍ଵାଇ ପୋଲିସ।
(ମୁମ୍ବାଇ) : ଅଶ୍ଳୀଳ ଫିଲ୍ମ ଶୁଟିଂ ଏବଂ ଏହାକୁ ଆପ୍ ଦ୍ଵାରା ପ୍ରସାରଣ କରିବା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ରାଜ କୁନ୍ଦ୍ରାଙ୍କ ଜାମିନ ଯାଚିକାକୁ ଜୋରଦାର ବିରୋଧ କଲା ମୁମ୍ଵାଇ ପୋଲିସ। ରାଜ କୁନ୍ଦ୍ରାଙ୍କ ଭଳି ଲୋକଙ୍କୁ ଜାମିନ ମିଳେ ତେବେ ସମାଜ ପାଇଁ ଏହା କୁପ୍ରଭାବ ପକାଇବ ବୋଲି କହିଛି ମୁମ୍ବାଇ ପୋଲିସ। ଅଦାଲତରେ ଆଜି ରାଜ କୁନ୍ଦ୍ରାଙ୍କ ଜାମିନ ଯାଚିକାର ଶୁଣାଣି ସମୟରେ ମୁମ୍ଵାଇ ପୋଲିସ କହିଛି ଯେ, ଯଦି ତାଙ୍କୁ ପୁଣି ଥରେ ଜାମିନରେ ଛାଡି ଦିଆଯାଏ ତେବେ ସେ ପୁଣି ଥରେ ଅଶ୍ଳୀଳ ଫିଲ୍ମ ଶୁଟିଂ କରିବେ। ସେ ଦେଶରୁ ଫେରାର ହେବା ପାଇଁ ମଧ୍ୟ ଚେଷ୍ଟା କରିପାରନ୍ତି।
ପ୍ରକାଶ ଥାଉକି, ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ଶୁଟିଂ କରିବା ମାମଲାରେ ଗିରଫ ହୋଇ ଏବେ ପୋଲିସ ହେପାଜତରେ ଅଛନ୍ତି। ସେ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ। ତାଙ୍କର କହିବା ଅନୁଯାୟୀ, ପୋଲିସ ଚାର୍ଜସିଟ୍ରେ ଥିବା ଅଭିଯୁକ୍ତମାନଙ୍କୁ ଜାମିନ ମିଳି ସାରିଛି, କିନ୍ତୁ ତାଙ୍କର ନାମ ଚାର୍ଜସିଟ୍ରେ ନଥିବା ସତ୍ତ୍ଵେ ମଧ୍ୟ ତାଙ୍କୁ ଜାମିନ ମିଳୁନାହିଁ। କଥିତ ଅପରାଧରେ ତାଙ୍କର ସମ୍ପୃକ୍ତି ରହିଛି ବୋଲି କୌଣସି ପ୍ରମାଣ ନାହିଁ।