ରାଜଙ୍କ ଅଗ୍ରିମ ଜାମିନକୁ ବମ୍ବେ ହାଇକୋର୍ଟଙ୍କ ପ୍ରତ୍ୟାଖ୍ୟାନ
ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଅପଲୋଡ ଅଭିଯୋଗରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପାଇଁ ଆଉ ଏକ ଅଡୁଆ ।
(ମୁମ୍ବାଇ) : ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଅପଲୋଡ ଅଭିଯୋଗରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପାଇଁ ଆଉ ଏକ ଅଡୁଆ । ଅଶ୍ଳୀଳ ଚଳଚ୍ଚିତ୍ର ରାକେଟ୍ ମାମଲାରେ ରାଜଙ୍କ ଅଗ୍ରିମ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।
ସୂଚାନୁଯାୟୀ , ତେବେ ରାଜଙ୍କ ଏହି ଯୁକ୍ତିକୁ କୋର୍ଟ ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ରାଜଭ୍କ ବ୍ୟତୀତ ଅଭିନେତ୍ରୀ ପୁଣମ୍ ପାଣ୍ଡେ ଏବଂ ଶର୍ଲିନ୍ ଚୋପ୍ରାଙ୍କ ସମେତ ମୋଟ ୬ ଜଣ ବ୍ୟକ୍ତି ଜାମିନ ଆବେଦନ କରିଛନ୍ତି। ଏହାପୂର୍ବରୁ ରାଜ କୁନ୍ଦ୍ରାଙ୍କୁ ୧୯ ଜୁଲାଇରେ ଗିରଫ କରାଯାଇଥିଲା।