(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ବଗି ଛାଡ଼ି ଆଗକୁ ଗଡ଼ିଲା ଇଞ୍ଜିନ । ଏପରି ଘଟଣା ଘଟିଛି ରାଜଧାନୀ ଏକ୍ସପ୍ରେସରେ । ଭୁବନେଶ୍ୱର -ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ବଗିକୁ ଛାଡ଼ି ଇଞ୍ଜିନ ଆଗକୁ ଗଡ଼ିଯାଇଥିଲା । କଟକ ଖାନନଗର କାଠଯୋଡ଼ି ପୋଲରେ ରାଜଧାନୀ ଏକ୍ସପ୍ରେସ ଅଟକି ରହିଥିଲା । ଘଟଣାସ୍ଥଳରେ ରେଳୱେ କତ୍ତୃପକ୍ଷ ପହଂଚି ମରାମତି କାମକରିଥିଲେ ।କାଠଯୋଡ଼ି ପୋଲରୁ ଯାଇ କଟକ ଷ୍ଟେସନରେ ପହଞ୍ଚିଲା ଟ୍ରେନ୍ । ସେଠାରେ ଟ୍ରେନର ଯାଞ୍ଚ କରାଯିବ । ଘଟଣାର ସିନିୟର ଅଫିସରୀୟ ତଦନ୍ତ ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଲେ ଖୋର୍ଦ୍ଦା ରୋଡ଼ ଡ଼ିଆରଏମ୍ । ୪୮ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ । ତଦନ୍ତରେ କେହି ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।
କୋଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ହୋଇଛି କିମ୍ବା ଏହା ପଛରେ କଣ କାରଣ ରହିଛି ଏଯାଏଁ ସ୍ପଷ୍ଟ ହୋଇନାହିଁ । ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।