ରିପୋର୍ଟର୍ସ ଟୁଡେ ବ୍ୟୁରୋ; ସଡ଼କ ଦୁର୍ଘଟଣାରେ ଆଖିବୁଜିଲା କନ୍ୟା । ଶାଶୁ ଘରେ ପାଦ ଦେବା ଆଗରୁ ସବୁଦିନ ପାଇଁ ଚାଲିଗଲା ନବ ବଧୂ । ଏମିତି ଏକ ଘଟଣା ରାଜସ୍ଥାନର ରାଜଧାନୀ ଏବଂ ପିଙ୍କ୍ ସିଟି ଜୟପୁର ଜିଲ୍ଲାରୁ ଦେଖିବାକୁ ମିଳିଛି । ବିବାହ ସାରି ଫେରୁଥିବା ବେଳେ ସଡ଼କ ଦୁର୍ଘଟମାରେ କନ୍ୟା ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ଜୟପୁର ଗ୍ରାମାଞ୍ଚଳର ଜାମୱାରାମଗଡ଼ ନିକଟରେ ଏକ କଣ୍ଟେନର କାରକୁ ଧକ୍କା ହେବା ଫଳରେ ଏହି ଭୟଙ୍କର ଏବଂ ଯନ୍ତ୍ରଣାଦାୟକ ସଡ଼କ ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ବିବାହ ଉତ୍ସବ ପରେ ବର ଏବଂ କନ୍ୟା ମଧ୍ୟପ୍ରଦେଶରୁ ସେମାନଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ସହିତ ଫେରୁଥିଲେ। ଏହି ସମୟରେ ସାମ୍ନାରୁ ଆସୁଥିବା ଏକ କଣ୍ଟେନର୍ ସହିତ କାରଟିର ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, କାରଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । କାରରେ ମୋଟ 14-15 ଜଣ ଥିଲେ। ଦୁର୍ଘଟଣାରେ ନବବଧୂ ସମେତ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି ।