ଭାରତର ପ୍ରଥମ ଲୋକ ଗାୟକ ଭାବେ ଇତିହାସ ରଚିଲେ ମାମେ ଖାନ୍‌

ବିଶ୍ୱର ସବୁଠାରୁ ବଡ ଇଭେଣ୍ଟ ହେଉଛି କାନ୍ସ ଫିଲ୍ମ ଫେଷ୍ଟିଭାଲ ।

0

(ମୁମ୍ବାଇ) : ବିଶ୍ୱର ସବୁଠାରୁ ବଡ ଇଭେଣ୍ଟ ହେଉଛି କାନ୍ସ ଫିଲ୍ମ ଫେଷ୍ଟିଭାଲ । ଚଳିତ ଥର ଏହି ଫିଲ୍ମ ଫେଷ୍ଟିଭାଲରେ ରାଜସ୍ଥାନୀ ଲୋକ ଗାୟକ ମାମେ ଖାନ୍‌ ମଧ୍ୟ ଭାଗ ନେଇଛନ୍ତି। ଇଭେଣ୍ଟ ସହ ଜଡିତ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଙ୍ଗଳବାର ଅର୍ଥାତ୍‌ ମେ’ ୧୭ରୁ ଏହି ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହୋଇଯାଇଛି। ଭାରତର ପ୍ରଥମ ଲୋକ ଗାୟକ ଭାବେ କାନ୍ସ ରେଡ୍‌ କାର୍ପେଟ୍‌ରେ ଇତିହାସ ରଚିଛନ୍ତି ମାମେ ଖାନ୍‌। ସେ ରେଡ୍‌ କାର୍ପେଟ୍‌ରେ ଚତ୍ମକାର ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି।

ଗାୟକ ଜଣଙ୍କ କାନ୍ସ ରେଡ୍‌ କାର୍ପେଟ୍‌ରେ ଗୋଲାପୀ ରଙ୍ଗର କୁର୍ତା ଏବଂ ଏମ୍ବ୍ରୋଡରୀ ଜ୍ୟାକେଟ୍‌ ପିନ୍ଧି ପୂରାପୁରି ଦେଶୀ ଅନ୍ଦାଜରେ ଏଣ୍ଟ୍ରି କରିଥିଲେ। ଏହି ସମୟରେ ସେ ନିଜ ମୁଣ୍ଡରେ ରାଜସ୍ଥାନୀ ପଗଡି ମଧ୍ୟ ପିନ୍ଧିଥିଲେ। ତାଙ୍କ ପର୍ସନାଲିଟି କାନ୍ସ ରେଡ୍‌ କାର୍ପେଟ୍‌ରେ ଚାର୍‌ ଚାନ୍ଦ ଲଗାଇ ଦେଇଥିଲା।