ରାଜଙ୍ଗାଗପୁର ଓସିଏଲ କମ୍ପାନୀରେ ଉତେଜନା

0

(ସୌମ୍ୟ ରଜଂନ ସେଠି) : ରାଜଗାଂଗପୁରସ୍ଥିତ ଓସିଏଲ କମ୍ପାନୀ କ୍ୟାମ୍ପସରେ ଉତେଜନା ଦେଖାଦେଇଛି । ଆଦିବାସୀମାନେ କମ୍ପାନୀର ତିନୋଟି ଗେଟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଓସିଏଲ ଖଣି ସଂପ୍ରସାରଣ ନେଇ ଆଜି ହେବାକୁ ଥିବା ଜନଶୁଣାଣିକୁ ସେମାନେ ବିରୋଧ କରିବା ସହ ପଲ୍ଲୀ ଓ ଗ୍ରାମସଭାରେ ଏ ସମ୍ବନ୍ଧରେ ଆଲୋଚନା କରିବାକୁ ଦାବି କରିଛନ୍ତି ।

ପ୍ରଭାବିତ ଅଞ୍ଚଳ ଲାଞ୍ଜିବେର୍ନରେ ଜନ ଶୁଣାଣି ନକରି ପ୍ରଶାସନ ପକ୍ଷରୁ ଝଗରପୁର ସ୍ଥିତ ଡାଲମିଆଁ ଟ୍ରେନିଂ ସେଣ୍ଟରରେ କରାଯିବାକୁ ପ୍ରସ୍ତାବ ଥିବାରୁ ଏହାକୁ ବିରୋଧ କରିଥିଲେ ଆଦିବାସୀ । ଟ୍ରେନିଂ ସେଣ୍ଟରର ୩ଟି ଗେଟ୍‌କୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ଜଣାପଡ଼ିଛି। ସେପଟେ ଜନଶୁଣାଣିକୁ ସମର୍ଥନ କରି ଶତାଧିକ ସଂଖ୍ୟାରେ ଓସିଏଲ କାର୍ୟ୍ୟାଳୟ ଆଗରେ ରୁଣ୍ଡ ହେବାରେ ଲାଗିଛନ୍ତି। ପରିସ୍ଥିତିକୁ ନେଇ ଘଟଣାସ୍ଥଳରେ ୨୫ ପ୍ଲାଟୁନ ପୁଲିସ ମୁତୟନ କରିଛି ଜିଲ୍ଲା ପ୍ରଶାସନ।