ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା

0

(ସୌମ୍ୟ ରଂଜନ ସେଠୀ) : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ଗାନ୍ଧି ଜୟନ୍ତୀ ଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଗାଇଦେବେ । ପ୍ରଥମ ପର୍ୟ୍ୟୟରେ ୧୮ ଲକ୍ଷ ୩୨ ହଜାର ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିବା ବେଳେ ପରବର୍ତୀ ପର୍ୟ୍ୟାୟରେ ୬ ଲକ୍ଷ ୬୮ ହଜାର ହିତାଧିକାରୀଙ୍କୁ ସାମିଲ କରାଯିବ ।

ମୋଟ ୨୫ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନା ମାଧ୍ୟମରେ ଚାଉଳ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କର ହୋଇଥିବା ବେଳେ ସମସ୍ତ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ସମସ୍ତ ଅସୁରକ୍ଷିତ ଆଦିମ ଅଧିବାସୀ ପରିବାର, ବାସହୀନ ପରିବାର, ଭିକ୍ଷାବୃତି କରି ଜୀବନ ବଚୁଂଥିବା ବ୍ୟକ୍ତି, ବିଧବା ଓ ଏକୁଟିଆ ରହୁଥିବା ମହିଳା ୍ଯେଉଁ ମାନଙ୍କର ନିୟମିତ ଆୟ ନଥିବ, ପରିବାରରେ ରହୁଥିବା ଭିନ୍ନକ୍ଷମ ବ୍ୟକ୍ତି, କିନ୍ନର, ପରିବାରର ବୃଦ୍ଧ ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇବାବେଳେ ପରିବାରର ଯେ କୌଣସି ସଦସ୍ୟ ୪ ଚକିଆ ଯାନ କିମ୍ବା ଭାରିଯାନର ମାଲିକ ହୋଇଥିବ ପରିବାରର ଯେ କୌଣସି ସଦସ୍ୟ କେନ୍ଦ୍ର ସରକାର, ରାଜ୍ୟ ସରକାର, ସରକାରୀ ନିଗମ, ସରକାରୀ ଅନୁଦାନପ୍ରାପ୍ତ ସ୍ୱୟଂଚାଳିତ ସଂସ୍ଥା ଏବଂ ପୌରପାଳିକାର ନିୟମିତ କର୍ମଚାରୀ ହୋଇଥିଲେ, ସହରାଞ୍ଚଳରେ ବେସରକାରୀ ସଂସ୍ଥା ମାନଙ୍କରେ କାର୍ୟ୍ୟରତ କର୍ମଚାରୀ ଯେଉଁ ମାନଙ୍କର ମାସିକ ଦରମା ୧୫,୦୦୦ରୁ ଅଧିକ ଥିବ ଓ ଗ୍ରାମାଞ୍ଚଳରେ ବେସରକାରୀ ସଂସ୍ଥାରେ କାର୍ୟ୍ୟ କରୁଥିବା କର୍ମଚାରୀଙ୍କ ମାସିକ ଦରମା ୧୦୦୦୦ରୁ ଅଧିକ ଥିଲେ ସେମାନଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯିବ ।