ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ରାଜ୍ୟସଭା

0

(ମମତା ସାମଲ)ରିପୋର୍ଟସଟୁଡେ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ରାଜ୍ୟସଭା। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟାନାଇଡୁ ଏନେଇ ଘୋଷଣା କରିଛନ୍ତି । ଚଳିତ ଅଧିବେଶନରେ ୩୫ଟି କାର୍ୟ୍ୟଦିବସ ରହିଥିଲା। ଏଥିରେ ୩୨ଟି ବିଲ ଗୃହୀତ ହୋଇଛି। ଚଳିତ ଅଧିବେଶନରେ ତିନି ତଲାକ ସଂଶୋଧନ ବିଲ, ୟୁଏପିଏ ସଂଶୋଧନ ବିଲ, ସୂଚନା ଅଧିକାର ସଂଶୋଧନ ବିଲ, ନ୍ୟାସନାଲ ମେଡିକାଲ କାଉନ୍‌ସିଲ ବିଲ, ଧାରା ୩୭୦ ଓ ୩୫ ଏର ଉଚ୍ଛେଦ ଆଦି ଗୁରୁତ୍ୱପୂର୍ଣ୍ଣ ବିଲ ପାସ ହୋଇଛି। ଗତ ୧୭ବର୍ଷ ମଧ୍ୟରେ ଏହି ଅଧିବେଶନ ଶ୍ରେଷ୍ଠ ଥିଲା ବୋଲି କହିଛନ୍ତି ଭେଙ୍କେୟାନାଇଡୁ। ନଭେମ୍ବରରେ ଶୀତକାଳୀନ ଅଧିବେଶନ ପର୍ୟ୍ୟନ୍ତ ଗୃହକାର୍ୟ୍ୟ ସ୍ଥଗିତ ରହିଥିବା ଜଣାପଡ଼ିଛି।