ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ ସ୍ଥିତ ବିଶୋଇ ବଜରଙ୍ଗ ପୀଠ ପରିସରରେ ଏକ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଯୋଗଦେଇ ଭୂମି ପୂଜନ ନିମନ୍ତେ ଶୁଭ ଦେଇଛନ୍ତି । ଏହି ଅବସରରେ ଭକ୍ତଙ୍କ ଶଙ୍ଖ ହୁଳୁହୁଳି ନାଦରେ ବଜରଙ୍ଗ ପୀଠ ପ୍ରକମ୍ପିତ । ଉକ୍ତ କାର୍ୟ୍ୟକ୍ରମକୁ ହନୁମାନ ମନ୍ଦିରର ପୂଜକ ନିରାକାର ଦାସ ଓ ପୂଜକ ଦେବାଶିଷ ବାନାର୍ଜୀ ଭୂମି ପୂଜନର ସମସ୍ତ ପୂଜା ବିଧି କରିଥିଲେ। ଏହି ବଜରଙ୍ଗ ପୀଠରେ ପୂର୍ବରୁ ହନୁମାନ ମନ୍ଦିର ସ୍ଥାପିତ ହୋଇଥିବା ବେଳେ ନୂତନ ଭାବରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠିତ ହୋଇଛି, ତତ୍ ସହିତ ଆଜି ବିଶୋଇ ବଜରଙ୍ଗ ପୀଠ ଠାରେ ଜଗନ୍ନାଥ ମନ୍ଦିର ଭୂମି ପୂଜନ ହେବା ପରେ ବିଶୋଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି କାର୍ୟ୍ୟକ୍ରମରେ ବଜରଙ୍ଗ ପୀଠ କମିଟିର ସମସ୍ତ ସଦସ୍ୟ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଭୂମି ପୂଜନ ସମୟରେ ବିଶୋଇ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମେତ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ।