ଭୁବନେଶ୍ୱର; ଦିଲ୍ଲୀରୁ ଫେରି ମୁହଁ ଖୋଲିଲେନି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ୱାକଫ୍ ବିଲ୍ କୁ ନେଇ ବିଜେଡିରେ ବିବାଦ ଚାଲିଥିବା ବେଳେ ଦିଲ୍ଲୀରୁ ଫେରି କୌଣସି ପ୍ରତିକ୍ରିୟା ଦେଲେ ନାହିଁ ସସ୍ମିତ । ଯାହାକୁ ନେଇ ଦ୍ୱନ୍ଦ ବଢିବାରେ ଲାଗିଛି । କାରଣ ଯାହାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା ଥିଲା ସେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ୱାକଫ ବିଲ୍କୁ ସମର୍ଥନ ଜଣାଇବା ପରେ ବିବାଦରେ ଅଛନ୍ତି ସସ୍ମିତ । ତାଙ୍କ ଏହି ସମର୍ଥନ ବିଜେଡିକୁ ହଲଚଲ କରିଦେଇଛି । ସସ୍ମିତଙ୍କ ପଛରେ ରହି କିଏ ଏ ବିଲ୍ କୁ ସର୍ମଥନ କରିବାକୁ ନିର୍ଦ୍ଦେଶ ଦେଇଛି,ତାହା ଏବେ ସ୍ପଷ୍ଟ ହୋଇପାରିନି । କିନ୍ତୁ ପାଣ୍ଡିଆନ ହିଁ ଦାୟୀ ବୋଲି ଜୋରଦାର ଆଲୋଚନା ହେଉଛି । ଏହାରି ଭିତରେ ଏହି କଥାରେ ପୂର୍ଣ୍ଣଚ୍ଛେଦ ପକାଇ ସାରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।
ସୁପ୍ରିମୋଙ୍କ ନିକଟରେ ସାଂସଦ ମୁନ୍ନା ଖାଁ ଫେରାଦ ହେବା ପରେ ସସ୍ମିତଙ୍କୁ ପଚାରିଛନ୍ତି କି ନବୀନ ? କାହିଁକି ସେ ୱାକଫ୍ ସମର୍ଥନରେ ଭୋଟ୍ ଦେଲେ ଏନେଇ ସସ୍ମିତଙ୍କୁ ଜବାଦ ତଲବ କରାଯାଇଛି କି ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।