ଭୁବନେଶ୍ୱର : ଆଜି ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ମମତା ମହାନ୍ତ। କେବଳ ସେ ନୁହନ୍ତି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଓ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମମତା ନାମାଙ୍କନ ଦାଖଲ କରିବାକୁ ଯାଇଥିବା ବେଳେ ବିଜେପି ବିଧାୟକଙ୍କ ଉପସ୍ଥିତିରେ ଜଗନ୍ନାଥ ପ୍ରଧାନ ଦାଖଲ କଲେ ନାମାଙ୍କନ ପତ୍ର । ତାଙ୍କ ନାମାଙ୍କନରେ ପ୍ରସ୍ତାବକ ପଡିଛନ୍ତି ୧୦ ଜଣ ବିଜେପି ବିଧାୟକ । ଅନେକ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେପି ଘୋଷଣା କଲା ରାଜ୍ୟସଭା ପ୍ରାର୍ଥୀ । ମମତା ମହାନ୍ତ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ। ମୟୁରଭଞ୍ଜ କୁଡୁମି ସମ୍ପ୍ରଦାୟ ବରିଷ୍ଠ ନେତ୍ରୀ ମମତା । ନିକଟ ଅତୀତରେ ବିଜେଡି ଛାଡି ବିଜେପିରେ ଯୋଗଦାନ କରିଥିଲେ । ରାଜ୍ୟସଭା ସହ ବିଜେଡିରୁ ଇସ୍ତଫା ଦେଇଥିଲେ ସେ । ଆଜି ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।
ବଢୁଛି ମୟୁରଭଞ୍ଜର ରାଜନୈତିକ ଉଷ୍ମତା…
ପଡିଛି ପୂର୍ଣ୍ଣଛେଦ ଯାହା ହେଉଥିଲା ଚର୍ଚ୍ଚା
ପୁଣି କାହିଁକି ମମତା ?
ଉଠୁଛି ସାଧାରଣରେ ଏହି କଥା…
ମମତା ତ ଗଲେ ପୁଣି କିଛି ମୁହୂର୍ତ୍ତ ଅନ୍ତରାଳରେ ନାମାଙ୍କନ ଦାଖଲ କଲେ ଆଉ ଜଣେ ନେତା । ଏହା ପଛରେ କ’ଣ ରହିଛି କାରଣ ? କେଉଁ ମାଷ୍ଟରପ୍ଲାନ ଅଛି ବିଜେପିର ? ଜଗନ୍ନାଥ ପ୍ରଧାନ ଓ ମମତା ମହାନ୍ତ ଦୁଇ ଦୁଇ ଜଣଙ୍କୁ ପ୍ରାର୍ଥୀ କରି କେଉଁ ସ୍ଟ୍ରାଟେଜି ଆପଣାଉଛି ବିଜେପି । ଅଚାନକ ନିଷ୍ପତ୍ତି କାହାର ନିଜେ ନେତା ନ ପଦ୍ମ ଦଳ ।
ଅନ୍ୟପଟେ ଯଦି ମମତାଙ୍କ କଥା ଦେଖିବା, ୨୦୨୦ ମସିହାରେ ତତ୍କାଳୀନ ଶାସକ ଦଳ ବିଜେଡି ମମତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ମମତା କୁଡ଼ୁମୀ ସମ୍ପ୍ରଦାୟର ଉଚ୍ଚଶିକ୍ଷିତା ହୋଇଥିବାରୁ ଏବଂ ମୟୂରଭଞ୍ଜରେ ୫ ଲକ୍ଷରୁ ଊର୍ଦ୍ଧ୍ବ କୁଡ଼ୁମୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବାରୁ ଏହି ଭୋଟ୍ବ୍ୟାଙ୍କ ଉପରେ ନଜର ରଖି ଦଳ ତାଙ୍କୁ ସାଂସଦ କରିଥିବା ସେତେବେଳେ ବେଶ୍ ଚର୍ଚ୍ଚା ହୋଇଥିଲା। ରାଜ୍ୟସଭାରେ ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ୍ରେ ଶେଷ ହୋଇଥା’ନ୍ତା। ମାତ୍ର, ଏହାର ବର୍ଷେ ସାତମାସ ପୂର୍ବରୁ ସେ ବିଜେଡି ଏବଂ ସାଂସଦ ପଦରୁ ଇସ୍ତଫା ଦେଇଦେଇଥିଲେ।
ମମତା ଇସ୍ତଫା ଦେବାପରେ ବିଜେପି ତାଙ୍କୁ କୌଣସି ଏକ ଗୁରୁତ୍ବପୂର୍ଣ୍ଣ ପଦ ଦେଇପାରେ ବୋଲି ଶୁଣିବାକୁ ବି ମିଳୁଥିଲା। ଏପରିକି ଶୁଣିବାକୁ ମିଳୁଥିଲା,ତାଙ୍କୁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଦିଆଯାଇପାରେ କିମ୍ବା ରାଜ୍ୟସଭାକୁ ପଠାଯାଇପାରେ। ଶେଷରେ ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇ ଦଳ ତାଙ୍କୁ ରାଜ୍ୟସଭାର ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିଛି। ପୁଣି ଅଚାନକ ଆଉ ଜଣେ ପ୍ରାର୍ଥୀ ସ୍ୱାଧୀନ ଭାବରେ କରିଛନ୍ତି ରାଜ୍ୟସଭା ସାଂସଦ ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ । ତେବେ ଏହିଭଳି ନିଷ୍ପତ୍ତି ପଛରେ କ’ଣ ସବୁ କାରଣ ଥାଇପାରେ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏହି ନିଷ୍ପତ୍ତି ପଛରେ ବିଜେପିର ଯାହା ବି ଉଦ୍ଦେଶ୍ୟ ଥାଉନା କାହିଁକି, ମମତାଙ୍କୁ ନେଇ ମୟୂରଭଞ୍ଜରେ କିନ୍ତୁ ଖୁସିର ମାହୋଲ୍ ଖେଳିଯାଇଛି।ହେଲେ ଓଡ଼ିଶାର ରାଜନୈତିକ ମାହୋଲ ଅନେକ ପ୍ରଶ୍ନ ଘେର ଭିତରେ ରହିଯାଇଛି ।