ଗୋପ/ଜୟନ୍ତ କୁମାର ସେଠୀ: ଆଉ ଗୋଟିଏ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା । ଏହି ରାକ୍ଷୀ ପୂର୍ଣ୍ଣିମା ଦିନ ପ୍ରଭୁ ବଳଭଦ୍ର ଜନ୍ମଗ୍ରହଣ କରିଥିଲେ । ସେହିପରି ଏହି ଦିନ ପ୍ରତ୍ୟେକ ଭଉଣୀ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଥାନ୍ତି ।
ଏହି ଅବସରରେ ପୁରୀ ଯୁବ ଆର୍ଟିଷ୍ଟ ଶ୍ୱାସତ ରଞ୍ଜନ ସାହୁ ଏକ ନିଆରା କଳାକୃତି କରିଛନ୍ତି । ୧୫୫୦ଟି ଦିଆସିଲି କାଠିରେ ଏକ ରାକ୍ଷୀର ଏକ ମଡେଲ କରିଛନ୍ତି । ଯେଉଁଥିରେ ପ୍ରଭୁ ବଳଭଦ୍ରଙ୍କ ମୁଖ ମଣ୍ଡଳ ରହିଛି। ଏହି ରାକ୍ଷୀ ପ୍ରସ୍ତୁତ କରିବା ଲାଗି ଦୀର୍ଘ ୧୦ ଘଣ୍ଟା ଲାଗିଥିଲା । ସେହିପରି ରକ୍ଷା ବନ୍ଧନ ଉତ୍ସବ ଅଵସରରେ ଆଇସିକ୍ରିମ କାଠିରେ ରାକ୍ଷୀ ତିଆରି କରିଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ । ଏହି ରାଖୀରେ ମହାପ୍ରଭୁଙ୍କ ମୁଖ୍ୟ ମଣ୍ଡଳକୁ ସେ ସ୍ଥାନ ଦେଇଛନ୍ତି। ୭୫ ଟି ଆଇସିକ୍ରିମ କାଠିରେ ସେ ଦୀର୍ଘ ୧୦ ଘଣ୍ଟା ଲାଗି ଏହି ରାଖୀ ତିଆରି କରିଛନ୍ତି।