ମୁମ୍ବାଇ: ସାରା ଅଲି ଖାନ୍ ଏବଂ ବିକି କୌଶଲ ଏବେତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଜରା ହାଟକେ ଜାରା ବାଚକେ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ସାରା ଓ ବିକି ସୋସିଆଲ ମିଡିଆରେ ମଜାଦାର ଭିଡିଓ ସେୟାର କରି ତାଙ୍କ ଫିଲ୍ମ ପ୍ରତି ଆଗ୍ରହ ବଢାଇବାକୁ ଚେଷ୍ଟା କରିଛନ୍ତି।
ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ, ଅଭିନେତ୍ରୀ ସାରା ଅଲି ଖାନ୍ ଟିଭିର ସବୁଠାରୁ ବଡ ‘ଡ୍ରାମା କୁଇନ୍’ ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ସହିତ ନଜର ଆସୁଛନ୍ତି । ଇନଷ୍ଟାଗ୍ରାମ ଆକାଉଣ୍ଟରେ ଯେଉଁ ମଜାଳିଆ ଭିଡିଓ ସେୟାର କରିଛନ୍ତି ସେଥିରେ ଦେଖିବାକୁ ମିଳୁଛି କି, ରାକ୍ଷୀ ସାୱନ୍ତ ଏବଂ ସାରା ଉଭୟ ଲାଲ ରଙ୍ଗର ସମାନ ପୋଷାକ ପିନ୍ଧିଛନ୍ତି। ଭିଡିଓରେ ସାରା ୱାସ ରୁମରୁ ବାହାରକୁ ଆସୁଥିବା ବେଳେ ହଠାତ୍ ରାକ୍ଷୀଙ୍କ ସହିତ ଧକ୍କା ହୋଇଯାଛନ୍ତି ଏବଂ ତାଙ୍କୁ ଦେଖି ଚମକି ପଡୁଛନ୍ତି ।
ଉଭୟ ସମାନ ରଙ୍ଗର ପୋଷାକ ପିନ୍ଧିଥିବା ହେତୁ ସାରା ରାକ୍ଷୀଙ୍କ ସହିତ ଝଗଡ଼ା ଲଗାଇ ରାଗି ଯାଇ କହୁଛନ୍ତି,‘ତୁମେ ମୋ ଭଳି ସମାନ ରଙ୍ଗର ପୋଷାକ କାହିଁକି ପିନ୍ଧିଲ। ତୁମକୁ ପାପ ଲାଗିବ।’ତାପରେ ଉଭୟ ଫିଲ୍ମ ‘ଜରା ହାଟକେ ଜାରା ବାଚକେ’ ଗୀତରେ ନାଚୁଥିବା ଦେଖିବାକୁ ମିଳୁଛି। ଭିଡିଓ ସେୟାର କରି ସାରା ଲେଖିଛନ୍ତି, ରେଡ ହଟ ଚିଲି ।