(ମୁମ୍ବାଇ) : ପୁଣି ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ । ନିଜର ନିଆରା ଅନ୍ଦାଜରେ ସମସ୍ତଙ୍କୁ ଘାଇଲା କରୁଥିବା ରାକ୍ଷୀ ପୁଣି ଚର୍ଚ୍ଚାରେ ରହିଛନ୍ତି । ଏଥର କୌଣସି ବିବାଦୀୟ ବୟାନ ପାଇଁ ନୁହେଁ ବରଂ ଅଭିନେତ୍ରୀ ନିଜ ଛାଡପତ୍ର ପାଇଁ ସାମ୍ନାକୁ ଆସିଛନ୍ତି । ସେ କହିଛନ୍ତି ସ୍ୱାମୀ ଆଦିଲ ତାଙ୍କୁ ଜେଲରୁ କଲ୍ କରି ଭୁଲ ମାଗିଛନ୍ତି । ହେଲେ ଏଥର ଯଦି ସେ ତାଙ୍କୁ କ୍ଷମା କରିଦେଲେ ତେବେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ । ତେଣୁ ସେ ଛାଡପତ୍ର ମାଗିଛନ୍ତି !
ଯେଉଁଥିରେ ରାକ୍ଷୀ କହିଛନ୍ତି, ଆଦିଲ ତାଙ୍କୁ ଆଜି ଜେଲରୁ କଲ କରିଥିଲେ । କଥା ହେବା ସମୟରେ ମୁଁ ତାଙ୍କୁ କହିଲି ଜଲଦି ଜେଲରୁ ଆସି ମୋତେ ଛାଡପତ୍ର ଦିଅ । ସେ ମୋତେ କ୍ଷମା ମାଗିଥିଲେ । ଅଭିନେତ୍ରା ଆହୁରି କହିଥିଲେ ସେ ମୋ ଜୀବନ ନଷ୍ଟ କରିଦେଇଛନ୍ତି । ତାଙ୍କୁ ଆଉ ବିଶ୍ୱାସ କରି ପାରିବି ନାହିଁ । ଏଭିଡିଓର ଅଡିଓରେ କୁହାଯାଇଛି ଯେ – ଭୁଲରେ କାହାର ହୃଦୟ ସହିତ ଖେଳ ନାହିଁ ।
ଅନ୍ୟପଟେ ପ୍ରଥମେ ରିତେଶ ଏବଂ ପରେ ଆଦିଲ ଖାନ ଦୁରାନୀଙ୍କ ସହିତ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ତାଙ୍କର କୌଣସି ସ୍ୱାମୀ ସହ ମେଳ ଖାଇଲା ନାହିଁ । ଅର୍ଥାତ ଦୁଇଟି ବିବାହ ପରେ ମଧ୍ୟ ସେ ଏକୁଟିଆ ।