ରାକ୍ଷୀଙ୍କ ଲଭ୍ ଷ୍ଟୋରୀରେ  ଦି ଏଣ୍ଡ !

ବଲିଉଡର ଡ୍ରାମା କ୍ୱିନ୍ ରାକ୍ଷୀ ସାୱନ୍ତଙ୍କ ପରଦା ଉପରେ ଡ୍ରାମା କରୁ କରୁ ବ୍ୟକ୍ତିଗତ ଜୀବନର ଡ୍ରାମା ଶେଷ ହେବାର ନାଁ ଥରୁନାହିଁ

0

(ମୁମ୍ବାଇ) : ବଲିଉଡର ଡ୍ରାମା କ୍ୱିନ୍ ରାକ୍ଷୀ ସାୱନ୍ତଙ୍କ ପରଦା ଉପରେ ଡ୍ରାମା କରୁ କରୁ ବ୍ୟକ୍ତିଗତ ଜୀବନର ଡ୍ରାମା ଶେଷ ହେବାର ନାଁ ଥରୁନାହିଁ । ସ୍ୱାମୀଙ୍କ ପରେ ଏକ ନୂଆ ପ୍ରେମ ସମ୍ପର୍କ ଗଠନ ହୋଇଥିଲା ଲାଗୁଛି ତାହା ଶେଷ ହୋଇଯାଇଛି ।

କିଛି ଦିନ ପୂର୍ବରୁ​,​ ରାକ୍ଷୀ ଆଦିଲ ଦୁରାନୀ ନାମକ ଜଣେ ବ୍ୟକ୍ତିଙ୍କୁ ଡେଟ୍ କରୁଛନ୍ତି। ଏପରିକି ଆଦିଲଙ୍କ ସହ ତାଙ୍କର ନିର୍ବନ୍ଧ ହୋଇ ସାରିଛି ବୋଲି ରାକ୍ଷୀ ଗଣମାଧ୍ୟମ ଆଗରେ ତାଙ୍କ ରିଙ୍ଗକୁ ଦେଖାଇ କହିଛନ୍ତି। କିନ୍ତୁ ବର୍ତ୍ତମାନ ରାକ୍ଷୀଙ୍କ ଲଭ୍ ଲାଇଫ୍‌ରେ ଆଉ ଜଣେ ଝିଅ ଏଣ୍ଟ୍ରି କରିଛନ୍ତି। ଯିଏ ନିଜକୁ ଆଦିଲଙ୍କ ଗର୍ଲଫ୍ରେଣ୍ଡ ବୋଲି କହୁଛନ୍ତି। କେବଳ ଏତିକି ନୁହେଁ, ଏହି ଝିଅ ରାକ୍ଷୀଙ୍କୁ ଫୋନ୍ କରି ଆଦିଲଙ୍କଠାରୁ ଦୂରରେ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ପୂର୍ବତନ ସ୍ୱାମୀ ରିତେଶଙ୍କ ସହିତ ବ୍ରେକଅପ୍ ହେବା ପରେ ନିକଟରେ ତାଙ୍କୁ ତାଙ୍କର ନୂଆ ପ୍ରେମ ମିଳିଥିଲା। କିନ୍ତୁ ଏବେ ଲାଗୁଛି ତାଙ୍କ ଲଭ୍ ଷ୍ଟୋରୀ ଆରମ୍ଭ ହେବା ପୂର୍ବରୁ ଦି ଏଣ୍ଡ ହେବାକୁ ଯାଉଛି।

ଏକ ଇଣ୍ଟରଭ୍ୟୁରେ ରାକ୍ଷୀ କହିଛନ୍ତି, ତାଙ୍କୁ ରୋସିନା ଡେଲାଭରି ନାମକ ଜଣେ ଝିଅ ଫୋନ୍ କରିଥିଲେ। ସେ ଆଦିଲଙ୍କ ସହ ଗତ ୪ ବର୍ଷ ଧରି ରିଲେସନସିପ୍‌ରେ ଅଛନ୍ତି ଏବଂ ତାଙ୍କଠାରୁ ଦୂରେଇ ରହିବାକୁ କହିଥିଲେ। ଯେତେବେଳେ ରାକ୍ଷୀ ଆଦିଲଙ୍କ ସହ ଏ ବିଷୟରେ କଥା ହୋଇଥିଲେ ସେ କହିଛନ୍ତି, ରୋସିନା ଡେଲାଭରି ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ।