ବଲିଉଡର ଡ୍ରାମା କ୍ୱିନ୍‌ ସାଜିଲେ ଗରିଲା

ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ଡ୍ରାମା କ୍ୱିନ୍‌ ହେଉଛି ରାକ୍ଷୀ ସାୱନ୍ତ । ଏହି ଭିତରେ ଅଭିନେତ୍ରୀ ନିଜର ଏକ ଭିଡ଼ିଓ ଶେୟାର କରିଛନ୍ତି ,

0

(ମୁମ୍ବାଇ) : ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ଡ୍ରାମା କ୍ୱିନ୍‌ ହେଉଛି ରାକ୍ଷୀ ସାୱନ୍ତ । ଏହି ଭିତରେ ଅଭିନେତ୍ରୀ ନିଜର ଏକ ଭିଡ଼ିଓ ଶେୟାର କରିଛନ୍ତି , ଯେଉଁଥିରେ ସେ ଗରିଲା ସାଜି ଏହି ଘୋଷଣା କରୁଛନ୍ତି କି ଆଜି ସଲମାନ ଖାନ୍‌ଙ୍କୁ ଭେଟିବା ପାଇଁ ବିଗ୍‌ବସ୍‌ ଘରେ ପ୍ରବେଶ କରୁଛନ୍ତି । ଭିଡ଼ିଓରେ ସେ କହୁଛନ୍ତି ବିଗ୍‌ବସ୍‌କୁ ଆସୁଛି ।

ସୂଚନାନୁଯାୟୀ , ଇନଷ୍ଟାଗ୍ରାମ୍‌ରେ ନିଜର ଏହି କୌତୁକିଆ ଅନ୍ଦାଜକୁ ଶେୟାର କରି ରାକ୍ଷୀ ସାୱନ୍ତ ଲେଖିଛନ୍ତି – ମୁଁ ଆଜି ରାତି ଓ କାଲି ବିଗ୍‌ ବସ୍‌ ଆସୁଛି । ଭିଡ଼ିଓର ରାଖି ଗରିଲାର କଷ୍ଟ୍ୟୁମ୍‌ ପିନ୍ଧିଛନ୍ତି ଓ ହଳଦିଆ ରଙ୍ଗର ଦୁପଟା ମୁଣ୍ଡରେ ପକାଇ ଥିବାର ଦେଖା ଯାଉଛି । ରାକ୍ଷୀ ଏହି କୌତୁକିଆ ଭିଡ଼ିଓ ଓ ଅନ୍ଦାଜ ଅନେକ ଲୋକଙ୍କୁ ଏଣ୍ଟରଟେନିଂ ଲାଗୁଛି ତ ଅନେକ ଲୋକ ରାକ୍ଷୀଙ୍କୁ ଟ୍ରୋଲ୍‌ ମଧ୍ୟ କରିଛନ୍ତି । ଆଉ କିଛି ରାକ୍ଷୀଙ୍କୁ ଏମିତି କରୁଥିବାର ଦେଖି ପାଗଳ ବୋଲି କହୁଛନ୍ତି , ଏନେକ ୟୁଜର ଏମିତି ବି କହିଛନ୍ତି ସେ ନିଜର ଅସଲ ରୂପ ଦେଖାଇ ଦେଇଛନ୍ତି । ଏହି ଶୋ’ରୁ ଅଭିନେତ୍ରୀ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ସ୍ଥାନ ପାଇଥିଲେ । ଏବେ ପୁଣି ଥର ରାଖି ବିଗ୍‌ବସ୍‌ ୧୫କୁ ଯାଉଛନ୍ତି । ଦେଖିବାକୁ ବାକି ରହିଲା ସେଠାକୁ ଯାଇ କି କମାଲ କରୁଛନ୍ତି ।