ସୂରଜ ପଞ୍ଚୋଲିଙ୍କୁ ଭାଇ କହି ଚର୍ଚ୍ଚାରେ ଡ୍ରାମା କୁଇନ

ମୁଁ ବୁଝିପାରୁ ନାହିଁ ଝିଅମାନେ କାହିଁକି ଆତ୍ମହତ୍ୟା କରନ୍ତି?

(ମୁମ୍ବାଇ) :  ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ନିଜର ବିବାଦୀୟ ବୟାନକୁ ନେଇ ବେଶ ଚର୍ଚାରେ ରହିଥାନ୍ତି । ସମାନ ସେତିକି ହିଁ ଚର୍ଚ୍ଚା ଲାଗିଁରୁହେ ତାଙ୍କର ବୈବାହିକ ଜୀବନକୁ ନେଇକି । ନିକଟରେ ଜିଆ ଖାନ ଆତ୍ମହତ୍ୟା ମାମଲାରେ ଅଭିନେତା ସୂରାଜ ପାଞ୍ଚୋଲିଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାକ୍ଷୀ।

ରାକ୍ଷୀ ସାୱନ୍ତ କହିଛନ୍ତି ଯେ , ‘ମୁଁ ବୁଝିପାରୁ ନାହିଁ ଝିଅମାନେ କାହିଁକି ଆତ୍ମହତ୍ୟା କରନ୍ତି? ଜୀବନରେ ଯଦି ଜଣେ ଯାଏ, ତେବେ ଦୁଇ କିମ୍ବା ଚାରି ଜଣ ଆସିବେ। ଷ୍ଟେସନ୍ ସୁରକ୍ଷିତ ଥିଲେ ୧୦୦ଟ୍ରେନ ଅତିକ୍ରମ କରିବ। ‘ସୂରଜ ପଞ୍ଚୋଲି ମୋ ଭାଇ। କଥାର ସତ୍ୟତା ଜଣାନାହିଁ । କିନ୍ତୁ ଜିଆ ଖାନଙ୍କ ପାଇଁ ମୋର ସମବେଦନା ରହିଛି। ଦେଶର ପ୍ରତ୍ୟେକ ଝିଅ ପ୍ରେମରେ ପଡ଼ନ୍ତି। ସେଥିପାଇଁ ପୁଅ ହେଉ କି ଝିଅ କାହା ପାଇଁ ନିଜ ଜୀବନ ବାଜି ଲଗେଇବା ଉଚିତ ନୁହେଁ ।

 

ଅନ୍ୟପଟେ ପ୍ରଥମେ ରିତେଶ ଏବଂ ପରେ ଆଦିଲ ଖାନ ଦୁରାନୀଙ୍କ ସହିତ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା  ତାଙ୍କର କୌଣସି ସ୍ୱାମୀ ସହ ମେଳ ଖାଇଲା ନାହିଁ । ଅର୍ଥାତ ଦୁଇଟି ବିବାହ ପରେ ମଧ୍ୟ ସେ ଏକୁଟିଆ  ।