୪୭୪ ବର୍ଷ ପରେ ଏଥର ରାକ୍ଷୀରେ ମହାସଂଯୋଗ

୨୨ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ । ତେବେ ରକ୍ଷା ବନ୍ଧନ ୪୭୪ ବର୍ଷ ପରେ ଏକ ଖାସ୍ ମହାସଂଯୋଗ ପଡୁଛି ।

0

(ଭୁବନେଶ୍ୱର) :  ୨୨ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ । ତେବେ ରକ୍ଷା ବନ୍ଧନ ୪୭୪ ବର୍ଷ ପରେ ଏକ ଖାସ୍ ମହାସଂଯୋଗ ପଡୁଛି । ଜ୍ୟେତିଷଙ୍କ ଅନୁସାରେ ସାଧାରଣତଃ ରକ୍ଷା ବନ୍ଧନ ପର୍ବ ଶ୍ରବଣ ନକ୍ଷତ୍ରରେ ପାଳନ କରାଯାଏ । ତେବେ ଏଥର ରକ୍ଷା ବନ୍ଧନ ପର୍ବ ଶ୍ରାବଣ ପୂର୍ଣ୍ଣିମାରେ ଧନିଷ୍ଠା ନକ୍ଷତ୍ର ସହିତ ପାଳନ କରାଯିବ । ଏଥର ରାକ୍ଷୀରେ ଭଦ୍ରା ଛାଇ ରହିବନି ତେଣୁ ଭଉଣୀମାନେ ଦିନସାରା କେଉଁ ମୂହୁର୍ତ୍ତରେ ମଧ୍ୟ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ ।

ସୂଚନାନୁଯାୟୀ , ରାକ୍ଷୀର ଶୁଭ ମୂହୁର୍ତ୍ତ– ଏଥର ରାକ୍ଷୀ ପାଇଁ ସକାଳ ୫.୫୦ରୁ ଆରମ୍ଭ କରି ସନ୍ଧ୍ୟା ୬.୦୩ ମିନିଟ୍ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତ ରହିଛି । ଅର୍ଥାତ୍ ଆପଣ ଏହି ସମୟରେ କେବେ ବି ରାକ୍ଷୀ ବାନ୍ଧି ବା ବନ୍ଧାଇ ପାରିବେ । ଯଦିଓ ଭଦ୍ରା କାଳ ୨୩ ଅଗଷ୍ଟ ସକାଳ ୫ଟା ୩୪ ମିନିଟରୁ ୬ ଟା ୧୨ ମିନିଟ୍ ପର୍ଯ୍ୟନ୍ତ ରହିବ । ଏହି ଦିନ ଶୋଭନ ଯୋଗ ସକାଳ ୧୦ଟା ୩୪ ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଧନିଷ୍ଠା ନକ୍ଷତ୍ର ସନ୍ଧ୍ୟା ୭ଟା ୪୦ ମିନିଟ୍ ପର୍ଯ୍ୟନ୍ତ ରହିବ । କୁହାଯାଏ କି ଧନିଷ୍ଠା ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଭାଇ-ଭଉଣୀଙ୍କ ସହିତ ସମ୍ପର୍କ ବହୁତ ଖାସ୍ ହୋଇଥାଏ ।

୪୭୪ ବର୍ଷ ପରେ ହେଉଛି ମହା ସଂଯୋଗ– ଜ୍ୟେତିଷ ଶାସ୍ତ୍ର ଅନୁସାରେ ଏଥର ରକ୍ଷା ବନ୍ଧନରେ ସିଂହ ରାଶିରେ ସୂର୍ଯ୍ୟ, ମଙ୍ଗଳ ଓ ବୁଧ ଗ୍ରହ ଏକାଠି ବିରାଜମାନ ହେବେ । ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ । ଏହି ରାଶିରେ ମିତ୍ର ମଙ୍ଗଳ ମଧ୍ୟ ତା ସହିତ ରହିବ । ଯଦିଓ ଶୁକ୍ର କନ୍ୟା ରାଶିରେ ରହିବ । ଗ୍ରହଙ୍କ ଏମିତି ଯୋଗ ବହୁତ ଶୁଭ ଏବଂ ଫଳଦାୟୀ ରହିବ । ରକ୍ଷା ବନ୍ଧନରେ ଏମିତି ସଂଯୋଗ ଭାଇ-ଭଉଣୀଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ଏବଂ କଲ୍ୟାଣକାରୀ ରହିବ