(ମୁମ୍ବାଇ ): ଡ୍ରାମା କୁଇନ ରାକ୍ଷୀ ସାଓ୍ବନ୍ତ ନିଜର ନିଆର ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ କିନ୍ତୁ ନିଜ ପାଇଁ ନୁହେ ବରଂ ଫ୍ୟାନଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । କହିବାକୁ ଗଲେ ଏହି ପ୍ରଶଂସକ ରାକ୍ଷୀଙ୍କୁ ଏପରି ଏକ ଖାସ ଉପହାର ଦେଇଛନ୍ତି, ଯାହାକୁ ସେ ଦେଖି ବହୁତ ଖୁସି ହୋଇଯାଇଛନ୍ତି।
ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାକ୍ଷୀଙ୍କ ଜଣେ ଛୋଟ ଫ୍ୟାନ୍ସ ତାଙ୍କୁ ଉପହାର ଦେଉଥିବାର ଦେଖିବାକୁ ମିଳିଛି। ରାକ୍ଷୀଙ୍କୁ ତାଙ୍କ ଫ୍ୟାନ୍ସ ୧.୫ ଲକ୍ଷ ଟଙ୍କାର ଏକ ମୋବାଇଲ୍ ଉପହାର ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।