ବିବାହ ହେଉଛି ଏକ ଖରାପ ପରମ୍ପରା : ରାମ ଗୋପାଳ ବର୍ମା
ସୁପରଷ୍ଟାର ଧନୁଷ ଏବଂ ଐଶ୍ଵର୍ଯ୍ୟା ସେମାନଙ୍କର ବିବାହ ବିଚ୍ଛେଦ ଖବର ଦେବା ପରେ ଏବେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି।
(ମୁମ୍ବାଇ) : ସୁପରଷ୍ଟାର ଧନୁଷ ଏବଂ ଐଶ୍ଵର୍ଯ୍ୟା ସେମାନଙ୍କର ବିବାହ ବିଚ୍ଛେଦ ଖବର ଦେବା ପରେ ଏବେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଏହି ମଧ୍ୟରେ ବିବାଦୀୟ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଛନ୍ତି ନିର୍ଦ୍ଦେଶକ ତଥା ପ୍ରଡ୍ୟୁସର୍ ରାମ ଗୋପାଳ ବର୍ମା।
Only divorces should be celebrated with sangeet because of getting liberated and marriages should happen quietly in process of testing each other’s danger qualities
— Ram Gopal Varma (@RGVzoomin) January 18, 2022
ସୂଚନାନୁଯାୟୀ , ରାମ ଗୋପାଳ ବର୍ମା ତାଙ୍କ ଟ୍ଵିଟ୍ରେ ସିଧା ସଳଖ ଭାବରେ ଧନୁଷ ଏବଂ ଐଶ୍ଵର୍ଯ୍ୟାଙ୍କ ନାମ ନେଇ ନାହାଁନ୍ତି। ତେବେ ରାମ ଗୋପାଳଙ୍କ ଏହି ଟ୍ଵିଟ୍ ପରେ ୟୁଜରମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଛନ୍ତି। ସେ ବିବାହକୁ ନେଇ କହିଛନ୍ତି ଯେ, ବିବାହ ହେଉଛି ସମାଜରେ ପୂର୍ବଜଙ୍କ ଦ୍ଵାରା ଥୋପା ଯାଇଥିବା ଏକ ଖରାପ ପରମ୍ପରା। ବିବାହ ବିଚ୍ଛେଦର ଉତ୍ସବ ପାଳନ କରାଯିବା ଉଚିତ୍। କାରଣ ଆପଣ ଏକ ବନ୍ଧନରୁ ମୁକ୍ତ ହୋଇଗଲେ।