ରାମ ରହୀମଙ୍କ ପାଖକୁ ୧୯ ଦିନରେ ଆସିଛି ୨୫ ହଜାରରୁ ଉର୍ଦ୍ଧ୍ବ ରାକ୍ଷୀ

ହରିୟାଣାର ରୋହତକ ଜିଲ୍ଲାର ସୁନାରିଆ ଜେଲର ଦୋଷୀ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହୀମଙ୍କୁ କ୍ରମାଗତ ଭାବରେ ରାକ୍ଷୀ ପଠାଯାଉଛି ।

0

(ହରିୟାଣା) : ହରିୟାଣାର ରୋହତକ ଜିଲ୍ଲାର ସୁନାରିଆ ଜେଲର ଦୋଷୀ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହୀମଙ୍କୁ କ୍ରମାଗତ ଭାବରେ ରାକ୍ଷୀ ପଠାଯାଉଛି । ଗତ ୧୯ ଦିନ ମଧ୍ୟରେ ୨୫ ହଜାରରୁ ଅଧିକ ରାକ୍ଷୀ ପୋଷ୍ଟ ମାଧ୍ୟମରେ ପହଞ୍ଚିସାରିଛି । ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାମ ରହୀମ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଅନ୍ୟପକ୍ଷରେ ହତ୍ୟା ମାମଲାରେ ହିସାରର କେନ୍ଦ୍ରୀୟ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା କରୋଥା ଆଶ୍ରମ ମୁଖ୍ୟ ରାମପାଲଙ୍କ ପାଇଁ ୨୫ ରାକ୍ଷୀ ପହଞ୍ଚିଛି ।

ସୂଚନାନୁଯାୟୀ , ରାକ୍ଷୀ ପହଞ୍ଚାଇବା ପାଇଁ ରବିବାର ଦିନ ସ୍ୱତନ୍ତ୍ର ହେଲିଭରି ସେବା ଆରମ୍ଭ ହୋଇଛି । ହରିୟାଣାରେ, ୮୫୦ ପୋଷ୍ଟମ୍ୟାନ୍ ଏବଂ ପୋଷ୍ଟ ବିଭାଗର ୨୧୯୦ ଗ୍ରାମିନ ଡାକ ସେବାକ ରାକ୍ଷୀ ବିତରଣ ପାଇଁ କାର୍ଯ୍ୟ କରୁଛନ୍ତି। ପୋଷ୍ଟମ୍ୟାନ୍ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ଅର୍ଥାତ୍ ରାକ୍ଷୀକୁ ପହଞ୍ଚାଇବା ପାଇଁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଡ୍ୟୁଟି ଦେଉଛନ୍ତି । ହରିୟାଣାର ମୁଖ୍ୟ ମାଷ୍ଟର ଜେନେରାଲ ରଞ୍ଜୁ ପ୍ରସାଦ କହିଛନ୍ତି ଯେ ଅଗଷ୍ଟ ୧ ରୁ ୧୯ ପର୍ଯ୍ୟନ୍ତ ଡାକ ବିଭାଗ ୨.୯୫ ଲକ୍ଷ ରାକ୍ଷୀ ପହଞ୍ଚାଇସାରିଛନ୍ତି। ଗତ ବର୍ଷ ୨.୭୮ ଲକ୍ଷ ରାକ୍ଷୀ ବିତରଣ କରାଯାଇଥିଲା।